ଅରୁଣ ଜେଟ୍‌ଲୀଙ୍କ ବାସଭବନରେ ତାଙ୍କ ପରିବାର ଲୋକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍‌ଲୀଙ୍କର ଶନିବାର ଦେହାନ୍ତ ଘଟିବା ପରେ ତାଙ୍କ ପରିବାରବର୍ଗଙ୍କୁ ଶାନ୍ତ୍ୱନା ଦେବାକୁ ଜେଟଲୀଙ୍କ ବାସଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜେଟ୍‌ଲୀ ପରଲୋକ ବେଳେ ମୋଦୀ ଫ୍ରାନ୍ସରେ ଥିବା ହେତୁ ତାଙ୍କ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ହୋଇପାରି ନଥିଲେ। ଆଜି ସେ ୩ ଦିନିଆ ବିଦେଶ ଗସ୍ତରୁ ଫେରିବା ପରେ ତାଙ୍କ ପରିବାରବର୍ଗଙ୍କୁ ଭେଟି ଶାନ୍ତ୍ୱନା ଦେଇଛନ୍ତି।

 

ଉଲ୍ଲେଖଯୋଗ୍ୟ, ବହୁ ଦିନ ହେବ ଅସୁସ୍ଥ ଥିବା ଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଦିଲ୍ଲୀର ଏମ୍‌ସରେ ଚିକିତ୍ସିତ ହେଉଥିଲେ। ଶେଷରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ବିଜେପିର ବହୁ ବରିଷ୍ଠ ନେତା ତାଙ୍କ ନିକଟରେ ଉପସ୍ଥିତ ହୋଇଥିଲେ ବି ଦେଶ ବାହାରେ ଥିବା କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ହୋଇପାରି ନଥିଲେ।

ସମ୍ବନ୍ଧିତ ଖବର