ଅରୁଣ ପଣ୍ଡାଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅତିରିକ୍ତ ଦାୟିତ୍ବ

ନୂଆଦିଲ୍ଲୀ : ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କେନ୍ଦ୍ର ସରକାରଙ୍କ ଏମ୍‌ଏସଏମ୍‌ଇ ସଚିବ ୧୯୮୪ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପଦର ଅତିରିକ୍ତ ଦ‌ାୟିତ୍ବ ମିଳିଛି। ବର୍ତ୍ତମାନର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରୀତି ସୁଦାନଙ୍କ ଅନୁପସ୍ଥିତି ଯୋଗୁଁ ଶ୍ରୀ ପଣ୍ଡାଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ ନିଷ୍ପତ୍ତିକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

ସମ୍ବନ୍ଧିତ ଖବର