ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟର ବିଚାରପତି କହିଲେ, ‘ମୋ ଘରେ ବି ମୋବାଇଲ୍‌ ଫୋନ୍‌ରେ ସିଗ୍‌ନାଲ୍‌ ଆସୁନାହିଁ’

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ବିଚାରପତି ଅରୁଣ ମିଶ୍ର ବୁଧବାର ଖୋଲାଖୋଲି ଭାବେ ଏକ ମାମଲାର ଶୁଣାଣି ସମୟରେ ଅଦାଲତରେ ନିଜର ଅସୁବିଧା କହିଥିଲେ। ମିଶ୍ରଙ୍କ କହିବାନୁସାରେ, ସେ ତାଙ୍କ ମୋବାଇଲକୁ ଆସୁଥିବା ଦଶଟି କଲ୍‌ ମଧ୍ୟରୁ ଛଅଟି କଲ୍‌ରେ କଥା ହୋଇ ପାରି ନଥାଆନ୍ତି । ଇଣ୍ଟରନେଟ କଥା କହିବାକୁ ଗଲେ ସେ ତ ଆହୁରି ଖରାପ ରହିଛି। କାରଣ ମୋବାଇଲ୍‌ ନେଟଓ୍ଵାର୍କ ସିଗନାଲ ବହୁତ ଦୁର୍ବଳ ରହିଛି।

Post Card News

ବିଚାରପତି ମିଶ୍ର  ସୁପ୍ରିମକୋର୍ଟରେ ଟେଲିକମ୍‌ କମ୍ପାନି ସହିତ ଜଡ଼ିତ ଏକ ମାମଲାର ଶୁଣାଣି କରୁଥିଲେ। ଏହି ମାମଲାରେ ଟେଲିକମ୍‌ କମ୍ପାନି ଉପରେ ସରକାରଙ୍କ କୋଟିଏ ଟଙ୍କାର ବକେୟା ରହିଛି। ଯାହା ବିରୋଧରେ ଟେଲିକମ୍‌ କମ୍ପାନି ସୁପ୍ରିମକୋର୍ଟ ଆସିଥିଲା।

ଶୁଣାଣି ସମୟରେ ଏକ ଟେଲିକମ୍‌ କମ୍ପାନିର ଓକିଲ ସୁପ୍ରିମକୋର୍ଟରେ ଦାବି କରି କହିଥିଲେ, କୋଣ-ଅନୁକୋଣରେ ତାଙ୍କର ନୋଟଓ୍ଵାର୍କ ଆସୁଛି। ଓକିଲଙ୍କ ଏହି ବୟାନ ଉପରେ ବିଚାରପତି ଅରୁଣ ମିଶ୍ର ମୋବାଇଲ ସିଗନାଲ କିପରି ରହିଛି ସେ ନେଇ ନିଜ ମତ ରଖିଥିଲେ।

ସମ୍ବନ୍ଧିତ ଖବର