ଓଡ଼ିଆ ଆଇଏଫଏସ୍ ଅଧିକାରୀ ଅରୁଣ ସାହୁ ତ୍ରିନିଦାଦ୍‌ର ରାଷ୍ଟ୍ରଦୂତ ନିଯୁକ୍ତ

ଭୁବନେଶ୍ବର: ଭାରତୀୟ ବୈଦେଶିକ ସେବାର ବରିଷ୍ଠ ଅଧିକାରୀ ଅରୁଣ ସାହୁଙ୍କୁ ଭାରତ ସରକାର ତ୍ରିନିଦାଦ୍‌ ଓ ଟବାଗୋର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀ ସାହୁ ବର୍ତ୍ତମାନ କାନାଡ଼ାରେ ଡେପୁଟି ହାଇକମିସନର ଭାବେ କାର୍ଯ୍ୟରତ। ଏହା ପୂର୍ବରୁ ସେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଓ ଭାରତୀୟ ସ˚ସ୍କୃତି ସମ୍ବନ୍ଧ ପରିଷଦର ଉପ ନିର୍ଦ୍ଦେଶକ ଆଦି ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି। ଜଣେ କୂଟନୀତିଜ୍ଞ ଭାବେ ସେ ବେଜି˚, ଲଣ୍ତନ ଓ ତେହରାନ୍‌ରେ ଥିବା ଭାରତୀୟ ଦୂତାବାସରେ ମଧ୍ୟ ନିଜର ଦାୟିତ୍ବ ନିର୍ବାହ କରିଛନ୍ତି। ଓଡ଼ିଶାର ଦେଓଗଡ଼ ଜିଲ୍ଲାରେ ଜନ୍ମିତ ୧୯୯୬ ବ୍ୟାଚ୍‌ର ଏହି ଅଧିକାରୀ ସେହି ଜିଲ୍ଲାର ପ୍ରଥମ ଆଇଏଫଏସ୍‌ ହେବାର ଗୌରବ ଲାଭ କରିଛନ୍ତି। ସେ ସୁନାମଧନ୍ୟ ଓଡ଼ିଆ କବି ବନମାଳୀ ସାହୁଙ୍କର ପୁତ୍ର ଓ ଭିମ୍‌ସାର‌୍‌ ବୁର୍ଲାର ସହ ନିର୍ଦ୍ଦେଶକ ସୁଧା˚ଶୁ ଶେଖର ସାହୁଙ୍କ ସାନ ଭାଇ। ସେ ଏକାଧାରରେ ଜଣେ କୂଟନୀତିଜ୍ଞ, ବକ୍ତା ଓ ଲେଖକ। ‘ଆକାଶର ଲୁହ’ ଓ ‘ଚିରା ମଲାଟ’ ନାମରେ ତାଙ୍କର ଦୁଇଟି ଗଳ୍ପ ସ˚କଳନ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର