ଅରୁଣାଚଳର ପୂର୍ବ ମୁଖ୍ୟମନ୍ତ୍ରୀ କାଲିଖୋ ପୁଲ୍‌ଙ୍କ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ

ଇଟାନଗର: ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କାଲିଖୋ ପୁଲ୍‌ଙ୍କ ପୁଅ ସୁବାନ୍‌ସୋ ପୁଲ୍‌ଙ୍କର ଲଣ୍ଡନରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ବ୍ରିଟେନ୍‌ର ସସେକ୍ସ , ବ୍ରିଙ୍ଗଟନ୍‌ ସ୍ଥିତ ସେ ରହୁଥିବା ଆପାର୍ଟମେଣ୍ଟ୍‌ରୁ ତାଙ୍କର ଶବ ଉଦ୍ଧାର କରାଯାଇଛି। କାଲିଖୋ ପୁଲ୍‌ଙ୍କ ପ୍ରଥମ ପତ୍ନୀ ଦଙ୍ଗୱିମସାଇ ପୁଲ୍‌ଙ୍କର ସେ ପୁଅ। ତେବେ ଶୁବାନ୍‌ସୋଙ୍କ ମୃତ୍ୟୁ ଖବର ମିଳିବାପରେ ତାଙ୍କ ପରିବାର ପକ୍ଷରୁ ତାଙ୍କ ମୃତ ଶରୀର ଭାରତ ଆଣିବାପାଇଁ ଉଦ୍ୟମ ହୋଇଛି। ବ୍ରି‌ଟେନ୍‌ ସ୍ଥିତ ଭାରତୀୟ ହାଇ କମିସନ୍‌ ସହ ଏନେଇ ଯୋଗାଯୋଗ କରାଯାଇଛି। ଉଲ୍ଲେଖଯୋଗ୍ୟ ାଲିଖୋ ପୁଲ୍‌ ୨୦୧୬ରେ ଅଳ୍ପ ସମୟ ପାଇଁ ଅରୁଣାଚଳ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସମ୍ବନ୍ଧିତ ଖବର