ଅରୁଣାଚଳରେ ବିଜେପିକୁ ଝଟ୍‌କା:୧୮ ବରିଷ୍ଠ ନେତା ଏନ୍‌ପିପିରେ ସାମିଲ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଏବେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି। ଦୁଇ ଜଣ ମନ୍ତ୍ରୀ ଏବଂ ୬ ବିଧାୟକଙ୍କ ସମେତ ଦଳର ୧୮ ଜଣ ବରିଷ୍ଠ ନେତା ଏନ୍‌ପିପି (ନ୍ୟାସନାଲ୍‌ ପିପୁଲ୍ସ ପାର୍ଟି)ରେ ଯୋଗ ଦେବାପରେ ବିଜେପିର ଚିନ୍ତା ବଢ଼ିଯାଇଛି। ଆଉ ମାତ୍ର କେଇଟା ଦିନ ପରେ ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ଏତେସଂଖ୍ୟାରେ ନେତା ଦଳ ଛାଡ଼ିବା‌ ଘଟଣା ବିଜେପିକୁ ଅଡ଼ୁଆରେ ପକାଇ ଦେଇଛି। ବିଜେପିର ସହ‌ଯୋଗୀ ଆଞ୍ଚଳିକ ଦଳ ତଥା କନରାଡ଼ ସାଙ୍ଗମାଙ୍କ ଏନ୍‌ପିପି ଏବଂ ସିକ୍କିମ୍‌ର ଏସକେଏମ୍‌ ନିକଟରେ ବିଜେପି ସହ ମେଣ୍ଟ ଭାଙ୍ଗିଥିବାରୁ ଏବେ ଦଳର ସଙ୍କଟ ବଢ଼ିଯାଇଛି।

ସମ୍ବନ୍ଧିତ ଖବର