ଅରୁଣାଚଳ ପ୍ରଦେଶରେ ଉତ୍ତେଜନା; ୫୦ କାର୍‌ ପୋଡ଼ି; ଇଟାନଗରରେ କର୍ଫ୍ୟୁ ଜାରି

ଇଟାନଗର: ସରକାରୀ କର୍ତ୍ତୃପକ୍ଷମାନେ ଇଣ୍ଟର୍‌ନେଟ୍‌ ସେବା କାଟିବା ଏବଂ ସାନ୍ଦେହ ଆଇନ୍‌ ଜାରି କରିବା ଯୋଗୁଁ ଅରୁଣାଚଳ ପ୍ରଦେଶର ପରିସ୍ଥିତି ଉତ୍ତେଜନାମୟ ରହିଛି।

ଶୁକ୍ରବାର ରାତିରେ ପ୍ରତିବାଦକାରୀମାନେ ଇଟାନଗରସ୍ଥିତ ସିଭିଲ୍‌ ସେକ୍ରେଟେରିଏଟ୍‌ରେ ପ୍ରବେଶ କରିବାକୁ ଉଦ୍ୟମ କରବା ବେଳେ ପୁଲିସ ଗୁଳି ଚୋଟରେ ଜଣେ ବ୍ୟକ୍ତି ମରିବା ପରେ ଉତ୍ତେଜନା ବଢ଼ିଥିଲା। ଅନ୍ୟ ରାଜ୍ୟରୁ ଆସିଥିବା ଲୋକମାନଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ମଞ୍ଜୁର କରିବା ଲାଗି ସରକାରଙ୍କ ନିଯୁକ୍ତ ପାନେଲ୍‌ କରିଥିବା ଅନୁମୋଦରେ ସେମାନେ ପରିବର୍ତ୍ତନ ଚାହୁଁଛନ୍ତି।

ଆଇନ୍‌ଶୃଙ୍ଖଳା ପ୍ରତି ଧ୍ୟାନ ଦେଇ ଇଟାନଗରରେ ଇଣ୍ଟର୍‌ନେଟ୍‌ ସେବା ବ୍ୟାହତ କରାଯାଇଛି। ସେନାବାହିନୀ ଡକାଯାଇ ନହରଲଗୁନ୍‌ ଏବଂ ଇଟାନଗର ମଧ୍ୟରେ ଫ୍ଲାଗ୍‌ ମାର୍ଚ କରାଯାଉଛି।

ଶୁକ୍ରବାର ସନ୍ଧ୍ୟାରେ ପ୍ରତିବାଦକାରୀମାନେ ୫୦ ଗାଡ଼ି ପୋଡ଼ିଦେବା ସହ ଅନ୍ୟ ୧୦୦ଟି ଗାଡ଼ି ଭଙ୍ଗାରୁଜା କରିଛନ୍ତି। ସେମାନେ ଟେକାପଥର ଫିଙ୍ଗିବାରୁ ୩୫ ଜଣ ସାଧାରଣ ଲୋକ ଓ ୨୪ ଜଣ ପୁଲିସ ଆହତ ହୋଇଛନ୍ତି।

ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର