ଆରୁଷୀ-ହେମରାଜ ଡବଲ ମର୍ଡର ମାମଲା: ହେମରାଜଙ୍କ ପତ୍ନୀ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆରୁଷୀ-ହେମରାଜ ଡବଲ ମର୍ଡର ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏହି ଡବଲ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ଦଣ୍ଡ ଭୋଗିଥିବା ତଲଓ୍ଵାର ଦମ୍ପତିଙ୍କୁ ଗତ ଅକ୍ଟୋବରରେ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦୋଷ ଘୋଷଣା କରି ମୁକ୍ତି ଦେଇଥିଲେ।   ଆଜି ହେମରାଜଙ୍କ ପତ୍ନୀ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଆରୁଷୀ-ହେମରାଜ ହତ୍ୟା ମାମଲାରେ ଆରୁଷୀଙ୍କ ବାପା ଡାକ୍ତର ରାଜେଶ ଏବଂ ମା’ ନୁପୁର ତଲଓ୍ଵାରଙ୍କୁ ୨୦୧୩ ନଭେମ୍ବରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ପରେ ମାମଲାରେ ତଥ୍ୟ ପ୍ରମାଣ ଅଭାବରୁ ଆହ୍ଲାବାଦ ହାଇକୋର୍ଟ ଉକ୍ତ ଡାକ୍ତର ଦମ୍ପତିଙ୍କୁ ନିର୍ଦ୍ଦୋଷ ଘୋଷଣା କରିବାପରେ ସେମାନେ ଗତ ଅକ୍ଟୋବର ୧୬ ତାରିଖେରେ ଜେଲ୍‌ ଜୀବନରୁ ମୁକ୍ତ ହୋଇଥିଲେ। କିନ୍ତୁ ଆଜି ହେମରାଜ୍‌ଙ୍କ ପତ୍ନୀ ତଲଓ୍ଵାର ଦମ୍ପତି ଦୋଷମୁକ୍ତ ହେବା ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଉଲ୍ଲେଖଯୋଗ୍ୟ ଡାକ୍ତର ଦମ୍ପତିଙ୍କ କନ୍ୟା ଆରୁଷୀ ଏବଂ ତାଙ୍କ ଘରୋଇ ସହାୟକ ହେମରାଜଙ୍କୁ ନଏଡା ସ୍ଥିତ ଜୟବାୟୁ ବିହାର ବାସଭବନରେ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର