ଆରୁଷୀ-ହେମରାଜ୍‌ ହତ୍ୟା ମାମଲା: ସିବିଆଇ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆରୁଷୀ ହେମରାଜ ହତ୍ୟା ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିବା ଡାକ୍ତର ଦମ୍ପତି ରାଜେଶ ଏବଂ ନୁପୁର ତଲଓ୍ଵାରଙ୍କୁ ଆଜି ଝଟ୍‌କା ଲାଗିଛି। ତଲଓ୍ଵାର ଦମ୍ପତିଙ୍କୁ ଦୋଷମୁକ୍ତ କରିବା ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିବାବେଳେ ସୁପ୍ରିମକୋର୍ଟ ଆଜି ଏହି ଆବେଦନ ଉପରେ ଶୁଣାଣି ପାଇଁ ରାଜି ହୋଇଛନ୍ତି। ସୁପ୍ରିମକୋର୍ଟରେ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି କହିଛନ୍ତି ଯେ ସିବିଆଇ ଆବେଦନ ସହ ହେମରାଜ୍‌ଙ୍କ ପତ୍ନୀଙ୍କ ଆବେଦନର ମଧ୍ୟ ଶୁଣାଣି ହେବ। ଉଲ୍ଲେଖଯୋଗ୍ୟ ୨୦୦୮ ମସିହାରେ ଝିଅ ଆରୁଷୀ ଏବଂ ଘରୋଇ ସହାୟକ ହେମରାଜ୍‌ ଡବଲ୍‌ ମର୍ଡର ଘଟଣାରେ ସିବିଆଇ କୋର୍ଟଦ୍ୱାରା ଦୋଷୀସାବ୍ୟସ୍ତ ହୋଇ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ ହୋଇଥିଲେ ତଲଓ୍ଵାର ଦମ୍ପତି।

ସମ୍ବନ୍ଧିତ ଖବର