ଆରୁଷି ହତ୍ୟା ମାମଲା: ସିବିଆଇ ଅଦାଲତ ରାୟକୁ ହାଇକୋର୍ଟର ଭର୍ତ୍ସନା

ବିଚାରପତି ଗଣିତ ଶିକ୍ଷକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଭଳି କାମ କରିଥିଲେ

ଆହ୍ଲାବାଦ: ମେ, ୨୦୦୮ରେ ଉତ୍ତର ପ୍ରଦେଶ  ନୋଏଡ଼ାର ଜଳବାୟୁ ବିହାରରେ ଘଟିଥିବା ବହୁ ଚର୍ଚ୍ଚିତ ଆରୁଷି-ହେମରାଜ ଡବଲ ମର୍ଡର ମାମଲାରେ ଗତକାଲି ଆହ୍ଲାବାଦ ହାଇକୋର୍ଟ ଆରୁଷିଙ୍କ ପିତା ରାଜେଶ ତଲଓ୍ଵାର ଓ ମା’ ନୂପୁର ତଲବାରଙ୍କୁ ଦୋଷମୁକ୍ତ କରିଥିବା ବେଳେ ସିବିଆଇ କୋର୍ଟର ରାୟକୁ  କଡ଼ା ସମାଲୋଚନା କରିଛନ୍ତି। ତଲବାର ଦମ୍ପତିଙ୍କୁ ଦୋଷୀ ଘୋଷଣା କରିଥିବା ସିବିଆଇ ଅଦାଲତର  ବିଚାରପତି  ନ୍ୟାୟର ସ୍ୱାଭାବିକ ପ୍ରକ୍ରିୟାରୁ ବିଚ୍ୟୁତ ହୋଇ କାମ କରିଥିଲେ ବୋଲି ହାଇକୋର୍ଟ କହିଛନ୍ତି। ତଳ କୋର୍ଟର ବିଚାରପତି ଗଣିତ ଅଧ୍ୟପକ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଭଳି ମାମଲାର ଶୁଣାଣି କରିଛନ୍ତି ବୋଲି ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। ଏଠୁସେଠୁ ଆସୁଥିବା ବିକ୍ଷିପ୍ତ ତଥ୍ୟକୁ ନେଇ ସିନେମାର କାହାଣୀ ଗଢ଼ାଗଲା ଭଳି ମାମଲାକୁ ସେଭଳି ଢଙ୍ଗରେ ପରିଚାଳନା କରାଯାଇଛି ବୋଲି କୋର୍ଟ କହିଛନ୍ତି।

ଗଣିତ ଶିକ୍ଷକ ଯେ କୌଣସି ସଂଖ୍ୟାକୁ ନେଇ  କୌଣସି ଏକ ଫର୍ମୁଲାରେ ପହଞ୍ଚିବାକୁ ଚେଷ୍ଟା କଲା ଭଳି ଏହି ଆରୁଷି-ହେମରାଜ ହତ୍ୟା ମାମଲାକୁ ମଧ୍ୟ ସେହି ଆଧାରରେ ଆଗକୁ ବଢ଼ାଇବାକୁ ଉଦ୍ୟମ କରାଯାଇଥିଲା। ୨୦୦୮ ମେ ୧୬ ତାରିଖ ସକାଳେ  ନୋଏଡା ଜଳବାୟୁ ବିହାରରୁ ରାଜେଶ ଓ ନୂପୁର ତଲଓ୍ଵାରଙ୍କ ଝିଅ ଆରୁଷି ତଲଓ୍ଵାର (୧୪)ର ମୃତଦେହ ଉଦ୍ଧାର ହୋଇଥିଲା।  ଫ୍ଲାଟ ନଂ ଏଲ-୩୨ର ବେଡରୁମ୍‌ର ମୃତଦେହ ଉଦ୍ଧାର ହେବାପରେ ଆରୁଷିକୁ ଗଳାକାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଘରୋଇ ଚାକର ହେମରାଜ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଇଥିଲା। ମେ ୧୭ ତାରିଖ ଦିନ ହେମରାଜର ମୃତଦେହ ଘର ଛାତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମିଳିଥିଲା।  ଏହି ଘଟଣା ଦେଶର ସବୁଠାରୁ ଚର୍ଚ୍ଚିତ ରହସ୍ୟମୟ ହତ୍ୟାକାଣ୍ଡ ମାମଲା ପାଲଟିଯାଇଥିବା ବେଳେ ପରିସ୍ଥିତିଜନିତ ପ୍ରମାଣ ଆଧାରରେ ତଲଓ୍ଵାର ଦମ୍ପତିଙ୍କୁ ତଳକୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

୨୦୦୮ ମେ ୧୬ ତାରିଖ ସକାଳେ  ନୋଏଡା ଜଳବାୟୁ ବିହାରରୁ ରାଜେଶ ଓ ନୂପୁର ତଲଓ୍ଵାରଙ୍କ ଝିଅ ଆରୁଷି ତଲଓ୍ଵାର (୧୪)ର ମୃତଦେହ ଉଦ୍ଧାର ହୋଇଥିଲା।  ଫ୍ଲାଟ ନଂ ଏଲ-୩୨ର ବେଡରୁମ୍‌ର ମୃତଦେହ ଉଦ୍ଧାର ହେବାପରେ ଆରୁଷିକୁ ଗଳାକାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଘରୋଇ ଚାକର ହେମରାଜ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଇଥିଲା।

ତେବେ ହାଇକୋର୍ଟ କହିଛନ୍ତି ଯେ ତଲଓ୍ଵାର ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କଲାଭଳି କୌଣସି ଗୋଟିଏ ମଧ୍ୟ ପ୍ରମାଣ ଦାଖଲ କରିବାରେ ସିବିଆଇ ସଫଳ ହୋଇନାହିଁ। ତଳ କୋର୍ଟରେ ବିଚାରପତି ଯେଉଁ ଦୁର୍ବଳ ପ୍ରମାଣ ଏବଂ ସନ୍ଦେହ ଆଧାରରେ  ରାୟ ଶୁଣାଇଥିଲେ ତାହା ‘ନ୍ୟାୟ ବିରୋଧୀ ଏବଂ ବିକୃତ’ ବୋଲି ହାଇକୋର୍ଟ କହିଛନ୍ତି।  ଅଦାଲତରେ ଦାଖଲ କରାଯାଇଥିବା ପ୍ରମାଣ ଆଧାରରେ ହିଁ ପ୍ରତ୍ୟେକ ମାମଲାର ବିଚାର କରାଯାଉଥିବା ବେଳେ ତଲଓ୍ଵାର ଦମ୍ପତିଙ୍କ କ୍ଷେତ୍ରରେ  ତାହା ହୋଇନାହିଁ। ସନ୍ଦେହ କେତେ ବଳିଷ୍ଠ ହୋଇଥିଲେ ମଧ୍ୟ ତାହା ପ୍ରମାଣର ସ୍ଥାନ ନେଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ହତ୍ୟାକାଣ୍ଡ ଦିନ ରାତିରେ ଘରେ କୌଣସି ବାହାର ବ୍ୟକ୍ତି ନଥିଲେ ବୋଲି ଯେଉଁ ସମ୍ଭାବନା ବ୍ୟକ୍ତ କରାଯାଇଛି ତାହା ଗ୍ରହଣ ଯୋଗ୍ୟ ନଥିଲା। ହେମରାଜର ହତ୍ୟା ଆରୁଷିର ବେଡରୁମ୍‌ରେ ହୋଇଥିଲା ଏବଂ ତା’ର ଶବକୁ ଚଦରରେ ଗୁଡ଼ାଇ ଛାତ ଉପରକୁ ନିଆଯାଇଥିଲା ବୋଲି ଯାହା କୁହାଯାଇଛି ସେ ବାବଦରେ କୌଣସି ପ୍ରମାଣ ଦିଆଯାଇନାହିଁ। ଏଭଳି ସ୍ଥିତିରେ କେବଳ ଘରେ ମହଜୁଦ ଥିବାରୁ ତଲଓ୍ଵାର ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ବିନା ପ୍ରମାଣରେ ଏଭଳି ରାୟ ଶୁଣାଇ ଦିଆଯାଇଥିଲା  ବୋଲି ହାଇକୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର