ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଝିଅ ତଥା ସିନେମା ନର୍ମାତା ଆରୁଷି ପୋଖରିଆଲ ନିଶଙ୍କ ମୁମ୍ବାଇର ଦୁଇଜଣ ସିନେମା ପ୍ରଯୋଜକଙ୍କ ନାମରେ ୪କୋଟି ଟଙ୍କାର ଠକେଇ ଅଭିଯୋଗ ସହିତ ମାନସିକ ନିର୍ଯାତନା ଓ ଧମକ ଦେବା ବି କୋତବାୁଲି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହୋଇଥିବା ଦୁଇଜଣ ସିନେମା ପ୍ରଯୋଜକଙ୍କ ନାମ ମାନସୀ ବରୁଣ ୱାଗଲା ଓ ବରୁଣ ପ୍ରମୋଦ କୁମାର ୱାଗଲା ଥିବା ଜଣାପଡ଼ିଛି।
ଆରୁଷି ପୋଖରିଆଲ ନିଶଙ୍କ ଏଭଳି ଅଭିଯୋଗ ପରେ ସିନେମା ପ୍ରଯୋଜକ ବରୁଣ ୱାଗଲା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆରୁଷି ଆମ ବିରୋଧରେ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ। ସେ ତାଙ୍କ ସ୍ଥାନ ଓ ଶକ୍ତିର ବ୍ୟବହାର କରି ଗଣମାଧ୍ୟମକୁ ଭୁଆଁ ବୁଲାଉଛନ୍ତି।
କେବେ ଆମେ ତାଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲୁ ତାହାର ପ୍ରମାଣ ସହିତ ସେ ତାରିଖ ବି ଜଣାନ୍ତୁ। ଆମେ ତାଙ୍କ ଘରକୁ କଦାବି ଯାଇ ନାହୁଁ କି ସିନେମା କରିବା ପାଇଁ ଆରୁଷିଙ୍କ ଉପରେ କୌଣସି ପ୍ରକାର ଚାପ ପକାଇ ନାହୁଁ। ବାସ୍ତବ କଥା ହେଉଛି ଆରୁଷିଙ୍କ ସହିତ ତାଙ୍କର କିଛି ପାଖଲୋକ ଆମକୁ ଧମକ ଦେଉଛନ୍ତି।’
ଏସଏସପି ଅଜୟ ସିଂହଙ୍କ ସୂଚନା ଅନୁଯାୟୀ, ଆରୁଷି ତାଙ୍କ ଅଭିଯୋଗରେ କହିଛନ୍ତି ମାନସୀ ବରୁଣ ୱାଗଲା ଏବଂ ବରୁଣ ପ୍ରମୋଦ କୁମାର ୱାଗଲା ନାମକ ଦୁଇଜଣ ବ୍ୟକ୍ତି ତାଙ୍କୁ ଡେରାଡୁନସ୍ଥିତ ତାଙ୍କ ଘରେ ଭେଟିଥିଲେ।
ଏହି ଭେଟ ସମୟରେ ସେମାନେ ମିନି ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଅଟନ୍ତି ଏବଂ 'ଆଙ୍ଖୋଁ କି ଗୁସ୍ତାଖିଆଁ' ଫିଲ୍ମ ତିଆରି କରୁଛନ୍ତି।
ସେମାନେ ଫିଲ୍ମ ପାଇଁ ଏକ ଭୂମିକା ପ୍ରଦାନ କରି ୫ କୋଟି ଟଙ୍କା ନିବେଶ କରିବାକୁ କହିଥିଲେ। ସମଗ୍ର ପ୍ରକଳ୍ପର ୧୫ ପ୍ରତିଶତ ଲାଭ, ଅର୍ଥାତ୍ ୧୫ କୋଟି ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ମଧ୍ୟ ପ୍ରଲୋଭିତ ମଧ୍ୟ କରିଥିଲେ।
ଗତ ବର୍ଷ ଅକ୍ଟୋବର ୧୦, ୨୭, ୩୦ ଏବଂ ନଭେମ୍ବର ୧୯ ତାରିଖରେ ଚାରିଟି କିସ୍ତିରେ ଆରୁଷି ଚାରି କୋଟି ଟଙ୍କା ଦେଇଥିଲେ। ଏହା ପରେ ଉଭୟ ଅଭିଯୁକ୍ତ କାମ ଦେଇ ନଥିଲେ କି ତାଙ୍କ ଟଙ୍କା ଫେରାଇ ନଥିଲେ। ଟଙ୍କା ମାଗିଲେ ଓଲଟି ଧମକ ଦେବା ଆରମ୍ଭ କରି ଦେଉଥିଲେ।