ନୂଆଦିଲ୍ଲୀ: ଆଜି ପୂର୍ବାହ୍ନରେ ସ୍ଥାନୀୟ ରାମଲୀଳା ମୈଦାନରେ ‘ଆପ୍’ ନେତା ଅରବିନ୍ଦ କେଜ୍ରିଓ୍ଵାଲ୍ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ତାଙ୍କ ସହ ଶପଥ ନେଇଛନ୍ତି ଅନ୍ୟ ୬ଜଣ ମନ୍ତ୍ରୀ। ସେମାନେ ହେଉଛନ୍ତି ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାସ ଗେହଲଟ, ଇମ୍ରାନ୍ ହୁସେନ୍ ଏବଂ ରାଜେନ୍ଦର ଗୌତମ। ଦିଲ୍ଲୀର ଲେଫ୍ନାଣ୍ଟ୍ ଗଭର୍ଣ୍ଣର୍ ଅନୀଲ ବୈଜାଲ୍ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଏହା ହେଉଛି ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କ ତୃତୀୟ ପାଳି। କେଜ୍ରିଓ୍ଵାଲ୍ଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଲାଗି ରାମଲୀଳ ମୈଦାନକୁ ପୋଷ୍ଟର୍ ଓ ବ୍ୟାନର୍ରେ ସଜାଯାଇଥିଲା। ବ୍ୟାନର୍ରେ କେଜ୍ରିଓ୍ଵାଲ୍ଙ୍କ ଫଟୋ ସହ ଲେଖାଯାଇଥିଲା- ଧନ୍ୟବାଦ ଦିଲ୍ଲୀ।
Image Source: APP Tweetଶପଥ ଗ୍ରହଣ ପୂର୍ବରୁ ‘ଆପ୍’ ଟୁଇଟ୍ କରିଥିଲା ଯେ ଆଉ ଏକ ଐତିହାସିକ ଘଟଣା ଦେଖିବାକୁ ରାମଲୀଳା ମୈଦାନରେ ଜନଗହଳି ହୋଇଛି। ସମସ୍ତେ ‘ଦିଲ୍ଲୀକା ବେଟା’ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କୁ ଆଶୀର୍ବାଦ କରିବାକୁ ଆସିଛନ୍ତି।
ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍ କହିଲେ ଯେ ନିର୍ବାଚନ ଫଳାଫଳ ‘ଆପ୍’ର ବିଜୟ ନୁହେଁ, ଦିଲ୍ଲୀର ସମସ୍ତ ପରିବାରର ସଦସ୍ୟଙ୍କ ବିଜୟ। ସେ ବିଜେପି ହୁଅନ୍ତୁ କି, କଂଗ୍ରେସ ସମର୍ଥକ ହୁଅନ୍ତୁ, ଆଜିଠାରୁ ମୁଁ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ। ସମସ୍ତଙ୍କୁ ସାଥିରେ ଧରି ମୁଁ କାମ କରିବାକୁ ଚାହେଁ। ନିର୍ବାଚନ ପ୍ରଚାର ବେଳେ ବିରୋଧୀମାନେ ଯାହା ମନ୍ତବ୍ୟ ଦେଇଥିଲେ ବି ଆମେ ସେମାନଙ୍କୁ କ୍ଷମା କରୁଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Kejriwal-Sapatha-16_Thumb.jpg)