ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦିଙ୍କ ‘ମେଁ ଭି ଚୌକିଦାର ହୁଁ’ ଅଭିଯାନକୁ କଟାକ୍ଷ କରିଛନ୍ତି । ଟୁଇଟ୍ କରି, "ଯିଏ ନିଜ ନିଜର ପିଲମାନଙ୍କୁ ଭବିଷ୍ୟତରେ ଚୌକିଦାର କରିବାକୁ ଚାହୁଁଛ, ସେମାନେ ବିଜେପିକୁ ଭୋଟ୍ ଦିଅ । କିନ୍ତୁ ଯେଉଁମାନେ ନିଜ ନିଜର ପିଲମାନଙ୍କୁ ଇଞ୍ଜିନିୟର-ଡ଼ାକ୍ତର କରିବାକୁ ଚାହୁଁଛନ୍ତି, ସେମାନେ ଆମ୍ ଆଦ୍ମୀ ପାର୍ଟିର ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ" ବୋଲି ଲେଖିଛନ୍ତି କେଜ୍ରିଓ୍ଵାଲ ।
ଏହା ସହ ମୋଦିଜୀ ସାରା ଦେଶକୁ ଚୌକିଦାର କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଛନ୍ତି କେଜ୍ରିଓ୍ଵାଲ । ତାଙ୍କର ଏଭଳି ଟୁଇଟ୍ ପରେ କିଛି ଲୋକ ତାଙ୍କୁ ସମର୍ଥନ ଜଣାଇଥିବା ବେଳେ କିଛି ଲୋକ ତାଙ୍କୁ ବିରୋଧ କରିଥିବା ଦେଖା ଯାଇଛି ।
मोदी जी पूरे देश को चोकीदार बनाना चाहते हैं।
अगर आप भी अपने बच्चों को चोकीदार बनाना चाहते हैं तो मोदी जी को वोट दें।
पर अगर आप अपने बच्चों को अच्छी शिक्षा देकर डाक्टर, इंजीनियर, वक़ील बनाना चाहते हैं तो पढ़े लिखे ईमानदार लोगों की पार्टी आम आदमी पार्टी को वोट दें
— Arvind Kejriwal (@ArvindKejriwal) 20 March 2019
ସୂଚନା ମୁତାବକ, ୨୦୧୪ର ନିର୍ବାଚନ ରାଲିରେ ନରେନ୍ଦ୍ର ମୋଦି ମୁଁ ଚୌକିଦାର ଭଳି ଦେଶର ସେବା କରିବି ବୋଲି କହିଥିଲେ । କିନ୍ତୁ ରାଫେଲ ଡିଲ୍ରେ ପ୍ରଧାନମନ୍ତ୍ରୀଙ୍କ ଉପରେ କୋଟି କୋଟି ଟଙ୍କାର ଘୋଟାଲାର ଅଭିଯୋଗ ଲାଗିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ‘ଚୌକିଦାର ଚୋର୍ ହେ’ କହି ମୋଦିଙ୍କୁ ସମାଲୋଚିତ କରିଥିଲେ । ଯାହା ପରେ ପରେ ଟୁଇଟ୍ରରେ ନରେନ୍ଦ୍ର ମୋଦି ନିଜ ନାଁ ଆଗରେ ଚୌକିଦାର ଲେଖି ଦେଇଥିଲେ ।