ନୂଆଦିଲ୍ଳୀ: ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଳୀର ରାଉସ୍ ଆଭେନ୍ୟୁ କୋର୍ଟ ଗତକାଲି ଜାମିନ୍‌ ମଞ୍ଜୁର କରିଥିବା ବେଳେ ଆଜି ଦିଲ୍ଳୀ ହାଇକୋର୍ଟ ତାଙ୍କ ଜାମିନ୍‌ ଉପରେ ରୋକ ଲଗାଇଛନ୍ତି। ରାଉସ୍‌ ଆଭେନ୍ୟୁ କେ‌ାର୍ଟ ଜାମିନ୍‌ ମଞ୍ଜୁର କରିବା ପରେ ଦିଲ୍ଲୀ ହାଇକୋର୍ଟରୁ ଚ୍ୟାଲେଞ୍ଜ୍‌ କରିଥିଲା କେଜ୍ରିୱାଲ୍‌ଙ୍କୁ ମଦ ନୀତି ହେରଫେର ମାମଲାରେ ଗିରଫ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।  ଆଜି ହା‌ଇକୋର୍ଟ ତାଙ୍କ ଜାମିନ୍‌ ଉପରେ ରୋକ ଲଗାଇଛନ୍ତି।

Advertisment

ତେବେ ସ୍ବାମୀଙ୍କ ଜାମିନ୍‌ ଉପରେ ରୋକ୍‌ ଲାଗିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତ‌ାଙ୍କ ପତ୍ନୀ ସୁନୀତା କେଜ୍ରିୱ‌ାଲ୍‌। ସେ କହିଛନ୍ତି ଯେ ଦେଶରେ ଏକଛତ୍ରବାଦୀ ଶାସନ ବଢ଼ିବା‌ରେ ଲାଗିଛି। ସେ ଆହୁରି ବି କହିଛନ୍ତ ଯେ ଯଦି ଜାମିନ୍‌ ଅର୍ଡର ହିଁ ଏପର୍ଯ୍ୟନ୍ତ ବାହାରିନାହିଁ ତ ଇଡି କାହାକୁ ଭିତ୍ତି କରି ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କଲା ଓ କୋର୍ଟ କିପରି ଏହା ଉପରେ ‌ରୋକ ଲଗାଇଲେ?

ମାର୍ଚ ୨୧ ତାରିଖରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ମେ ୧୦ ତାରିଖରେ ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନରେ ​​ପ୍ରଚାର କରିବା ପାଇଁ କେଜ୍ରିୱାଲଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ତା’ପରେ ସେ ନିର୍ବାଚନ ସରିବା ପରେ ଜୁନ୍‌ ୨ରେ ଜେଲ୍‌କୁ ଯାଇଥିଲେ।