ବିଜେପିକୁ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ସୋମବାର ଆସ୍ଥା ଭୋଟ କରିବାକୁ କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀରେ ଆପ ଏବଂ ବିଜେପି ମଧ୍ୟରେ ଲଢ଼େଇ ଚାଲିଛି। ଆପର ୨୦-୨୫ ବିଧାୟକ ବିଜେପି ସହ ଯୋଗାଯୋଗ କରୁଥିବା ନେଇ ଦାବି କରାଯିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚିନ୍ତା ବଢ଼ିଛି। ଏଭଳି କାମକୁ ଦେଖି ବିଜେପିକୁ ସରକାରଙ୍କ ସିରିଏଲ କିଲର କହିବା ସହ ଆସନ୍ତା ସୋମବାର ଆସ୍ଥା ଭୋଟ କରିବାକୁ କହିଛନ୍ତି ଅରବିନ୍ଦ କେଜ୍ରିୱାଲ। ବିଜେପି ଯେଉଁ ଦାବି କରୁଛି, ଏହାକୁ ଭୁଲ ପ୍ରମାଣିତ କରିବାକୁ ଅରବିନ୍ଦ କେଜ୍ରିୱାଲ ଏହି ଆସ୍ଥ‌ା ଭୋଟ କରିବାକୁ ଚାହୁଁଥିବା କହିଛନ୍ତି।

ଦିଲ୍ଲୀ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆସ୍ଥ‌ା ଭୋଟ କରି ମୁଁ ଦର୍ଶାଇବାକୁ ଚାହୁଁଛି ଯେ ବିଜେପି ଆପର ଗୋଟିଏ ବି ବିଧାୟକଙ୍କୁ କିଣି ପାରି ନାହିଁ।

ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆପ ନେତା ସଞ୍ଜୟ ସିଂ କହିଥିଲେ ଯେ, ସିସୋଦିଆଙ୍କୁ ବ୍ୟବହାର କରି ବିଜେପି ଦିଲ୍ଲୀରେ ନିଜର ସରକାର ଗଠନ ପାଇଁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରିନାହିଁ। ଏହା ପରେ ବିଜେପି ଆମର ବିଧାୟକମାନଙ୍କୁ ଧମକ ଦେଇ ୨୦କୋଟି ଟଙ୍କାର ଅଫର ଦେବା ଆରମ୍ଭ କରିଛି। ବିଜେପି ଦିଲ୍ଲୀରେ କେଜ୍ରିୱାଲ ସରକାରକୁ ହଟାଇବାକୁ ଚେଷ୍ଟା କରୁଛି। ମନୀଷ ସିସୋଦିଆଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ କରିବାକୁ ଚାହୁଁଥିଲା ବିଜେପି। ସିସୋଦିଆଙ୍କୁ ବ୍ୟବହାର କରି ବିଜେପି ଦିଲ୍ଲୀରେ ନିଜର ସରକାର ଗଠନ ପାଇଁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରିନାହିଁ। ଏଭଳି ଦାବି ମଧ୍ୟରେ କେଜ୍ରିୱାଲ ଆଜି ନିଜର ଶକ୍ତି ପ୍ରଦର୍ଶନ ପାଇଁ ସୋମବାର ଆସ୍ଥ‌ା ଭୋଟ କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର