ବିଜେପି ଦିନେ ଇନ୍ଦିରା ଗାନ୍ଧୀଙ୍କ ଭଳି ମୋ ସୁରକ୍ଷାକର୍ମୀଙ୍କ ଦ୍ୱାରା ମୋର ହତ୍ୟା କରାଇବ : ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍‌ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ଶନିବାର ଇନ୍ଦିରା ଗାନ୍ଧୀଙ୍କ ଭଳି ତାଙ୍କୁ ମଧ୍ୟ ହତ୍ୟା କରାଯାଇ ପାରେ ବୋଲି ବୟାନ ଦେଇଛନ୍ତି । ନିଜର ରାଜନୈତକ ହତ୍ୟାର ଆଶଙ୍କା ବ୍ୟକ୍ତ କରି ସେ କହିଛନ୍ତି, ମୋର ପିଏସଓ  ପିଏମଓ ଏବଂ ବିଜେପିକୁ ରିପୋର୍ଟ କରୁଛି । ମୋର ଜୀବନ ଦୁଇ ମିନିଟ୍‌ ମଧ୍ୟରେ ଶେଷ ହୋଇ ପାରେ । ଇନ୍ଦିରା ଗାନ୍ଧୀଙ୍କ ଭଳି ବିଜେପି ମୋ ସୁରକ୍ଷାକର୍ମୀଙ୍କୁ ହାତ କରି ମୋର ହତ୍ୟା କରିପାରେ ବୋଲି କହିଛନ୍ତି କେଜ୍ରିଓ୍ଵାଲ । କେଜ୍ରିଓ୍ଵାଲଙ୍କ ଏହି ବୟାନକୁ ସମର୍ଥନ କରିଛନ୍ତି ଆପ୍‌ ପ୍ରବକ୍ତା ସୌରଭ ଭରଦ୍ୱାଜ ।

India TV

ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ୨୦୧୬ରେ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରଧାମନନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ହତ୍ୟା କରାଇ ପାରନ୍ତି ବୋଲି ଅଭିଯୋଗ ଆଣିଥିଲେ  । ତେବେ ୨୦୧୯ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇ ସାରିଥିବା ବେଳେ ଆସନ୍ତାକାଲି ଅନେକ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

ସମ୍ବନ୍ଧିତ ଖବର