ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଆପ୍) ମୁଖ୍ୟ ଅରବିନ୍ଦ କେଜରିୱାଲ ପୁଣି ଥରେ କପା ଚାଷୀଙ୍କ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ଦେଶର କପା ଚାଷୀଙ୍କୁ ବାଜିରେ ଲଗାଉଛନ୍ତି।
କେଜ୍ରିୱାଲ ତାଙ୍କ ଏକ୍ସ ପୋଷ୍ଟରେ ଲେଖିଛନ୍ତି, 'ଟ୍ରମ୍ଫଙ୍କୁ ଖୁସି କରିବା ପାଇଁ, ସାରା ଦେଶର କପା ଚାଷୀମାନଙ୍କୁ ବାଜିରେ ଲଗାଯାଇଛି। ଦୁଇ ଦେଶ ମଧ୍ୟରେ କି ପ୍ରକାରର ଆଲୋଚନା ଚାଲିଛି? କେବଳ ଏକପାଖିଆ ଆଲୋଚନା? ଭାରତୀୟ ବଜାରକୁ ଆମେରିକୀୟମାନଙ୍କ ପାଇଁ ସମ୍ପୂର୍ଣ୍ଣ ଖୋଲାଯାଉଛି, ଯାହା ଆମର ଚାଷୀ, ବ୍ୟବସାୟୀ ଏବଂ ଯୁବପିଢ଼ିମାନଙ୍କ ନିଯୁକ୍ତିକୁ ବାଜିରେ ଲଗାଇ ଦେଉଛି। ଯଦି ସମଗ୍ର ଭାରତୀୟ ବଜାରକୁ ଆମେରିକୀୟମାନେ କବଜା କରନ୍ତି, ତେବେ ଆମର ଲୋକମାନେ କୁଆଡ଼େ ଯିବେ? ଟ୍ରମ୍ପଙ୍କ ସମ୍ମୁଖରେ ଏପରି ଆତ୍ମସମର୍ପଣ କେବଳ ଭାରତୀୟ ଅର୍ଥନୀତି ପାଇଁ ଘାତକ ନୁହେଁ ବରଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଅପମାନ। ଦେଶ ଆଶା କରୁଛି ଯେ ପ୍ରଧାନମନ୍ତ୍ରୀ ଦୁର୍ବଳ ହେବେ ନାହିଁ ଏବଂ ଦେଶର ସମ୍ମାନକୁ ରକ୍ଷା କରିବେ।'
ट्रम्प को ख़ुश करने के लिए देश भर के कपास किसानों को दांव पर लगा दिया।
— Arvind Kejriwal (@ArvindKejriwal) September 10, 2025
दोनों देशों के बीच ये कैसी बातचीत चल रही है? केवल एक तरफा बातचीत? अपने किसानों, व्यापारियों और युवाओं के रोज़गार को ताक पे रख के भारतीय बाज़ार को पूरी तरह से अमेरिकियों के लिए खोला जा रहा है। अगर पूरे भारतीय… pic.twitter.com/0033Pa0QpE
ଏହା ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଗସ୍ତ କରିଥିଲେ। ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ପୂର୍ବରୁ କପା ଚାଷୀମାନେ ପ୍ରତି ମଣ ୧୫୦୦ ଟଙ୍କା ପର୍ଯ୍ୟନ୍ତ ପାଉଥିଲେ। କିନ୍ତୁ ଏବେ ଏହା ୧୨୦୦ ଟଙ୍କାକୁ ହ୍ରାସ ପାଇଛି। ବିହନ ଏବଂ ଶ୍ରମିକଙ୍କ ଖର୍ଚ୍ଚ ବୃଦ୍ଧି ପାଇଛି। ଯଦି ଆମେରିକାରୁ କପା ଆମଦାନୀ ବୃଦ୍ଧି ପାଏ, ତେବେ ଭାରତୀୟ ଚାଷୀମାନେ ପ୍ରତି ମଣ ମାତ୍ର ୯୦୦ ଟଙ୍କା ପର୍ଯ୍ୟନ୍ତ ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/10/new-project-3-2025-09-10-14-27-03.jpg)