ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା : ଉପଭୋକ୍ତାଙ୍କ ବକେୟା ପାଣି ବିଲ୍‌ ଛାଡ଼ କଲେ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ : ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏକ ବଡ଼ ଘୋଷଣା କରିଛନ୍ତି । ପୂର୍ବରୁ ମେଟ୍ରୋରେ ମହିଳାମାନେ ମାଗଣା ଯାତ୍ରା କରିବା ନେଇ ଦିଲ୍ଲୀ ସରକାର ଘୋଷଣା କରିବା ସହ ୨୯୦କୋଟି ଟଙ୍କା ଅନୁଦାନ ଦେଇଥିଲେ । ଏବେ ଦିଲ୍ଲୀ ବାସିନ୍ଦାଙ୍କ ବକେୟା ପାଣି ବିଲ୍‌ ଛାଡ଼ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଯେଉଁମାନଙ୍କ ଘରେ ପାଣି ମିଟର ରହିଛି, ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ନଭେମ୍ବର ୩୦ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ହେବ ବୋଲି ଜଣାପଡ଼ିଛି । ମାର୍ଚ୍ଚ ୩୧, ୨୦୧୯ ପର୍ଯ୍ୟନ୍ତ ବାକି ଥିବା ସମସ୍ତ ପାଣି ବିଲ୍‌କୁ ଛାଡ଼ କରାଯିବ ବୋଲି କହିଛନ୍ତି  କେଜ୍ରିଓ୍ଵାଲ । ୧୩ଲକ୍ଷରୁ ଅଧିକ ଲୋକ ଏହି ଯୋଜନା ଦ୍ୱାରା ଲାଭବାନ ହେବେ ବୋଲି ସୂଚନା ମିଳିଛି ।

Arvind Kejriwal
indiatoday.in

ଏହି ଯୋଜନାରେ ଏ ଏବଂ ବି ବର୍ଗର ଲୋକମାନଙ୍କର ୨୫ପ୍ରତିଶତ ବିଲ୍‌ ଛାଡ଼ କରାଯିବ । ସି ବର୍ଗର ଲୋକମାନଙ୍କର ୫୦ପ୍ରତିଶତ ବିଲ୍‌ ଛାଡ଼ କରାଯିବା ସହ ଇ, ଏଫ୍‌, ଜି, ଏଚ୍‌ ବର୍ଗର ଲୋକମାନଙ୍କର ୧୦୦ପ୍ରତିଶତ ବିଲ୍‌ ଛାଡ଼ କରାଯିବ । ଯେଉଁମାନେ ନିଜ ଘରେ ପାଣି ମିଟର ବସାଇ ନାହାନ୍ତି, ସେମାନେ ନିଜ ଘରେ ପାଣି ମିଟର ବସାଇବା ପରେ ହିଁ ଏହି ଯୋଜନାର ଲାଭ ଉଠାଇ ପାରିବେ । ଘରେ ପାଣି ମିଟର ବସାଇବା ପରେ ଜଲ ବୋର୍ଡକୁ ଏହାର ସୂଚନା ଦେବାକୁ ହେବ ।

ସମ୍ବନ୍ଧିତ ଖବର