ମୁଁ କଂଗ୍ରେସକୁ ଦୁର୍ବଳ କରୁନି, ସେହି କାମରେ ରାହୁଲ ଗାନ୍ଧି ଲାଗିଛନ୍ତି : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : “ମୁଁ କଂଗ୍ରେସକୁ ଦୁର୍ବଳ କରୁନି, ସେହି କାମରେ ରାହୁଲ ଗାନ୍ଧି ଲାଗିଛନ୍ତି, ”ଏପରି କଥା କହିଛନ୍ତି ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ।

ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, କଂଗ୍ରେସକୁ ଦୁର୍ବ​ଳ କରିବାକୁ ତାଙ୍କର ଆବଶ୍ୟକତା ନାହିଁ, ସେଥିପାଇଁ ରାହୁଲ ଗାନ୍ଧି ଯଥେଷ୍ଟ ।

ଆପ୍ ବିଜେପିର ଏକ ବି-ଟିମ ବୋଲି କଂଗ୍ରେସ କରିଥିବା ଅଭିଯୋଗକୁ ସେ ଖଣ୍ଡନ କରିବା ସହ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି । ସେ ମଧ୍ୟ ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ, ବିଜେପି ବିଧାୟକ କିଣିବା ଓ ସରକାର ଭାଙ୍ଗିବା ପାଇଁ ହଜାର ହଜାର କୋଟି ଖର୍ଚ୍ଚ କରୁଛି । ସାରା ଜେଶରେ ୨୮୫ ଜଣ ବିଧାୟକଙ୍କୁ କିଣିବା କୁ ବିଜେପି ପ୍ରାୟ ୭-୮ ହଜାର କୋଟି ବ୍ୟୟ କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।

ନିକଟରେ କଂଗ୍ରେସ ଅଭିଯୋଗ କରିଥିଲା ଯେ ବିଜେପି ବିରୋଧରେ ଲଢୁଥିବାର ଦାବି କରୁଥିବା ଆପ୍ ଶେଷରେ କଂଗ୍ରେସକୁ ହିଁ ଦୁର୍ବଳ କରିଚାଲିଛି । ଗୁଜୁରାଟରେ କଂଗ୍ରେସକୁ ଭୋଟ ଦେଇ ନିଜର ଭୋଟ ବରବାଦ ନକରିବାକୁ କେଜ୍ରିଓ୍ବାଲ କହିବା ପରେ ତାହାର ଜବାବରେ କଂଗ୍ରେସ ଏହା କହିଥିଲା ।

ଏହାର ଜବାବରେ କେଜ୍ରିଓ୍ବାଲ କହିଛନ୍ତି ଯେ, ମୁଁ କଂଗ୍ରେସକୁ ଦୁର୍ବଳ କରୁନି, ସେହି କାମରେ ରାହୁଲ ଗାନ୍ଧି ଲାଗିଛନ୍ତି । ତେବେ ରାହୁଲ ଗାନ୍ଧିଙ୍କ ଭାରତ ଜୋଡୋ ଯାତ୍ରାକୁ ସେ ଭଲ କାମ ବୋଲି କହିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

 

ସମ୍ବନ୍ଧିତ ଖବର