ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଯାହାଫଳରେ ଦୀର୍ଘ ୬ ମାସ ପରେ ଜେଲ୍ରୁ ବାହାରିବେ କେଜ୍ରିୱାଲ୍। ସେ ଜାମିନ୍ରେ ଆସିଛନ୍ତି ସତ କିନ୍ତୁ ତାଙ୍କ କାର୍ଯ୍ୟାଳୟ କିମ୍ବା ଦିଲ୍ଲୀ ସଚିବାଳୟକୁ ଯାଇପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି। ଏପରିକି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନାଙ୍କ ବିନା ଅନୁମତିରେ ଫାଇଲରେ ଦସ୍ତଖତ କରିପାରିବେ ନାହିଁ।
ଶୁକ୍ରବାର ପୂର୍ବାହ୍ନରେ ଏକ ସଂକ୍ଷିପ୍ତ ଅଧିବେଶନରେ ଜଷ୍ଟିସ ଉଜ୍ବଳ ଭୁୟାଁ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଦୁଇଟି ନିବେଦନ ଉପରେ ପୃଥକ ରାୟ ଦେଇଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରାଯିବା ଆବଶ୍ୟକ ବୋଲି ଉଭୟ ସହମତ ପ୍ରକାଶ କରିଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ପୂର୍ବରୁ କେଜ୍ରିୱାଲ୍ଙ୍କୁ ପୂର୍ବରୁ ବରିଷ୍ଠ ଆପ୍ ନେତା ମନୀଷ ସିସୋଡିଆ, ସଞ୍ଜୟ ସିଂ, ବିଜୟ ନାୟାର ଏବଂ ଭାରତ ରାଷ୍ଟ୍ର ସମିତିର କେ କବିତା ଆଦି ମଦ ନୀତି ମାମଲାରେ ଜେଲ୍ରୁ ବାହାରି ସାରିଛନ୍ତି।
ଆମ୍ ଆଦମୀ ପାର୍ଟି ନେତା ବର୍ତ୍ତମାନ ଜେଲ୍ରୁ ବାହାରକୁ ଆସିପାରିବେ। ମଦ ଦୁର୍ନୀତି ମାମଲାରେ ସେ ପ୍ରଥମେ ଇଡି ଦ୍ବାରା ଗିରଫ ହୋଇଥିବା ବେଳେ ଜୁନ୍ ୨୬ ତାରିଖରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ସପ୍ତାହ ପରେ, ଜୁଲାଇ ୧୨ ତାରିଖରେ ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ଏକ ବୃହତ ବେଞ୍ଚକୁ ପଠାଯାଇଛି। ତେବେ ସିବିଆଇ ଦ୍ବାରା ଗିରଫ ହୋଇଥିବା ହେତୁ ସେ ଏବେ ତିହାର ଜେଲରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/tYSzmUwwSWAZKzgnbaTL.jpg)