ଫୋନ୍‌ ଚୋରକୁ ଧରିଥିବା ଡିଟିସି ବସ୍‌ ମାର୍ସାଲ୍‌ଙ୍କୁ ପ୍ରଶଂସା କଲେ ଅରବିନ୍ଦ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ମୋବାଇଲ୍‌ ଚୋରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଧରିଥିବା ଡିଟିସି ବସ୍‌ ମାର୍ସାଲ୍‌ଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ଵାଲ୍‌ ଶନିବାର ଦିନ ପ୍ରଶଂସା କରିଛନ୍ତି।

ଦାନ୍ତ ଡାକ୍ତର ସରବପ୍ରୀତ୍‌ ସିଂହ ଗୁଗ୍‌ଲାନିଙ୍କ କହିବା ଅନୁସାରେ, ଡିଟିସି ବସ୍‌ ନମ୍ବର ୫୪୦ରେ ମୁତୟନ ହୋଇଥିବା ମାର୍ସାଲ୍‌ ଶନିବାର ସକାଳେ ଗୋଟିଏ ମୋବାଇଲ୍‌ ଚୋରି ରୋକିଛନ୍ତି। ଚୋରଟି ଜଣେ ବ୍ୟକ୍ତିଙ୍କ ମୋବାଇଲ୍‌ ଫୋନ୍‌ ଚୋରି କରୁଥିବା ବେଳେ ମାର୍ସାଲ୍‌ ସମସ୍ତଙ୍କ ଆଗରେ ତାକୁ ଧରି ସେ ଚୋରି କରିଥିବା ଫୋନ୍‌ଟିକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦେଇଥିଲେ।

ଦାନ୍ତ ଡାକ୍ତରଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରି ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି ବସ ମାର୍ସାଲ୍‌ ସାହସର ସହ ଦିଲ୍ଲୀବାସୀଙ୍କୁ ସୁରଡ଼ା ଦେଉଥିବା ଆନନ୍ଦର କଥା। ସନ୍ତୋଷଙ୍କ ଭଳି ମାର୍ସାଲଙ୍କ ପାଇଁ ଦିଲ୍ଲୀ ଗର୍ବିତ।

ତାଙ୍କ ସରକାରଙ୍କର ନିଃଶୁଳ୍କ ଯାତ୍ରା ଯୋଜନା ସଂକ୍ରାନ୍ତରେ ମହିଳାମାନଙ୍କ ଠାରୁ ମତାମତ ସଂଗ୍ରହ କରିବା ପାଇଁ ବୁଧବାର ଦିନ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଡିଟିସି ବସ୍‌ରେ ଯାତ୍ରା କରିଥିଲେ।

 

ସମ୍ବନ୍ଧିତ ଖବର