ମେଲାନିଆ ଟ୍ରମ୍ପ୍‌ଙ୍କ ଦିଲ୍ଲୀ ସ୍କୁଲ୍‌ ପରିଦର୍ଶନ କାର୍ଯ୍ୟକ୍ରମକୁ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଓ ମନୀଷ ସିସୋଦିଆଙ୍କୁ ନିମନ୍ତ୍ରଣ କରାଯାଇନାହିଁ

ନୂଆଦିଲ୍ଲୀ: ମେଲାନିଆ ଟ୍ରମ୍ପ୍‌ଙ୍କ ଦିଲ୍ଲୀ ସରକାରୀ ସ୍କୁଲ୍‌ ପରିଦର୍ଶନ କାର୍ଯ୍ୟକ୍ରମରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଯୋଗ ଦେଇ ନ ପାରନ୍ତି।

ଦିଲ୍ଲୀ ସରକାରଙ୍କ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଦିନ ମେଲାନିଆ ଟ୍ରମ୍ପ୍‌ ଯୋଗ ଦେଉଥିବା ସ୍କୁଲ୍‌ ପରିଦର୍ଶନ କାର୍ଯ୍ୟକ୍ରମରୁ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏବଂ ମନୀଷ ସିସୋଦିଆଙ୍କୁ ବାଦ ଦିଆଯାଇଛି।

ପରିଦର୍ଶନ ପାଇଁ ମେଲାନିଆ ଯାଉଥିବା ସ୍କୁଲ୍‌ଟି ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବାରୁ କେଜ୍ରିଓ୍ଵାଲ୍‌ ଓ ସିସୋଦିଆ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ପୂର୍ବରୁ ରିପୋର୍ଟ ମିଳିଥିଲା।

Image Source: Times of News

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଆମ୍‌ ଆଦ୍‌ମି ପାର୍ଟି କହିଛି ଯେ ‘ଭିଭିଆଇପି’ଙ୍କ କାର୍ଯ୍ୟକ୍ରମରୁ ଉଭୟଙ୍କୁ ବାଦ ଦେବା ହେଉଛି କେନ୍ଦ୍ର ସରକାରଙ୍କର ଏକ ଚାଲ୍‌।

‘ଆପ୍‌’ ନେତ୍ରୀ ପ୍ରୀତି ଶର୍ମା ମେନନ୍‌ ଟୁଇଟ୍‌ କରି ଲେଖିଛନ୍ତି: ନରେନ୍ଦ୍ର ମୋଦୀଙ୍କ ହୀନମନ୍ୟତାର ତୁଳନା ନାହିଁ। ଆପଣ ଅରବିନ୍ଦ କେଜ୍ରିଓ୍ଵାଲ ଓ ମନୀଷ ସିସୋଦିଆଙ୍କୁ ନିମନ୍ତ୍ରଣ କରି ନ ପାରନ୍ତି, କିନ୍ତୁ ସେମାନଙ୍କ କାମରୁ ସେମାନଙ୍କ ବିଷୟରେ ଜାଣିହେବ।

ମେଲାନିଆଙ୍କ ପରିଦର୍ଶନ ଲାଗି ଦିଲ୍ଲୀର କେତେଗୁଡ଼ିଏ ସରକାରୀ ସ୍କୁଲ୍‌କୁ ସଜା ଯାଉଛି। ମାତ୍ର ସେ ଦିଲ୍ଲୀର କେଉଁ ସରକାରୀ ସ୍କୁଲ୍‌କୁ ଯିବେ ତାହା ପ୍ରକାଶ କରାଯାଇନାହିଁ।

ସମ୍ବନ୍ଧିତ ଖବର