ଧର୍ମକୁ ଭୁଲି ପ୍ଲାଜମା ଦାନ କରିବାକୁ ଆଗେଇ ଆସନ୍ତୁ, କରୋନାକୁ ହରାନ୍ତୁ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କରୋନାଭାଇରସ ରୋଗରୁ ମୁକ୍ତି ପାଇଥିବା ସମସ୍ତ ଲୋକଙ୍କୁ ନିବେଦନ କରିଛନ୍ତି ଯେ, ଧର୍ମ ନିର୍ବିଶେଷରେ ଗୁରୁତର କୋଭିଡ-୧୯ ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରନ୍ତୁ। ରକ୍ତ ପ୍ଲାଜମା ଧର୍ମ ମଧ୍ୟରେ ପାର୍ଥକ୍ୟ କରେ ନାହିଁ ବୋଲି ଦର୍ଶାଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଜଣେ ହିନ୍ଦୁ ବ୍ୟକ୍ତିର ପ୍ଲାଜମା ଜଣେ ମୁସଲମାନ ରୋଗୀଙ୍କୁ ରକ୍ଷା କରିପାରିବ।

“ଆଗକୁ ଆସ ଏବଂ ପ୍ଲାଜମା ଦାନ କର। ଆମେ ସମସ୍ତେ କରୋନାଭାଇରସ୍ ସଙ୍କଟରୁ ମୁକ୍ତି ପାଇବାକୁ ଚାହୁଁଛୁ। ଆସନ୍ତାକାଲି ଯଦି ଜଣେ ହିନ୍ଦୁ ଧର୍ମର ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ଗୁରୁତର ହୋଇପଡନ୍ତି, କିଏ ଜାଣେ ବୋଧହୁଏ ଜଣେ ମୁସଲମାନ ବ୍ୟକ୍ତିଙ୍କ ପ୍ଲାଜମା ତାଙ୍କୁ ବଞ୍ଚାଇ ପାରିବ କିମ୍ବା ଯଦି ଜଣେ ମୁସଲମାନ ଧର୍ମର ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ଗୁରୁତର ହୋଇପଡନ୍ତି, ବୋଧହୁଏ ଜଣେ ହିନ୍ଦୁ ବ୍ୟକ୍ତିର ପ୍ଲାଜମା ତାଙ୍କୁ ବଞ୍ଚାଇ ପାରିବ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

Flipboard: Plasma of Muslim can help treat Hindu, says Kejriwal ...
Flipboard

ଅରବିନ୍ଦ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ, କରୋନା ଭୂତାଣୁ ଧର୍ମ ଦେଖେ ନାହିଁ | ଧର୍ମ ନିର୍ବିଶେଷରେ ଯେକେହି ମଧ୍ୟ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପାରନ୍ତି। ଦିଲ୍ଲୀର କୋଭିଡ -୧୯ରୋଗୀଙ୍କ ଉପରେ ପ୍ଲାଜମା ଥେରାପିର ପ୍ରାରମ୍ଭିକ ଫଳାଫଳ ଉତ୍ସାହଜନକ ଅଟେ। ଏଲଏନଜେପି ଡାକ୍ତରଖାନାରେ ଜଣେ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା ଏବଂ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାର ସବୁ ଆଶା ହରାଇ ବସିଥିଲେ। କିନ୍ତୁ ପରେ ତାଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା ଏବଂ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଯଥେଷ୍ଟ ଉନ୍ନତି ହୋଇଛି। ଯଦି ସୁସ୍ଥ ହେଉଥିବା ଲୋକ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବେ, ତେବେ ଅନେକ ଜୀବନ ବଞ୍ଚି ପାରିବ |

ସମ୍ବନ୍ଧିତ ଖବର