ପାଞ୍ଚ ବର୍ଷରେ ଦାରିଦ୍ର୍ୟ ଦୂରୀକରଣ ସହ ଭାରତକୁ ନଂ୧ କରିବା ପାଇଁ ୬ଟି ମନ୍ତ୍ର ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ପାଞ୍ଚ ବର୍ଷରେ ଦାରିଦ୍ର୍ୟ ଦୂରୀକରଣ ସହ ଭାରତକୁ ନଂ୧ କରିବା ପାଇଁ ୬ଟି ମନ୍ତ୍ର ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ରବିବାର ଦିନ ଆପର ସାଂସଦ, ବିଧାୟକ ତଥା ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧୀଙ୍କୁ ନେଇ ଆୟୋଜିତ ହୋଇଥିବା ପ୍ରଥମ ଆମ୍ ଆଦମୀ ପାର୍ଟି (ଆପ୍) ଜାତୀୟ କନକ୍ଲେଭରେ ଭାରତକୁ ବିଶ୍ୱର ଏକ ନମ୍ବର ଦେଶ କରିବା ପାଇଁ ୬ଟି ଏଜେଣ୍ଡା ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ।

ଏହି କନକ୍ଲେଭରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ‌ କହିଛନ୍ତି ଯେ, ଭାରତକୁ ବିଶ୍ୱର ଏକ ନମ୍ବର ଦେଶ କରିବା ପାଇଁ ଆମକୁ  ୧୩୦କୋଟି ଲୋକଙ୍କୁ ନେଇ ଏକ ମିଳିତ ମଞ୍ଚ ଗଠନ କରିବାକୁ ହେବ। ଏହା ସହ ସେ ୬ଟି ଏଜେଣ୍ଡା ଉପରେ ଫୋକସ କରିବା ବିଷୟରେ କହିଛନ୍ତି। ସେହି ୬ଟି ଏଜେଣ୍ଡାଗୁଡ଼ିକ ହେଲା…

୧. ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟସେବା।
୨. ଭାରତରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ପାଞ୍ଚ ବର୍ଷ।
୩. ପ୍ରତ୍ୟେକ ଯୁବକଯୁବତୀମାନଙ୍କ ପାଇଁ ନିଯୁକ୍ତି।
୪. ମହିଳାଙ୍କ ପାଇଁ ସୁରକ୍ଷା ଏବଂ ସମାନ ସୁଯୋଗ।
୫.ବିଶ୍ୱ ସ୍ତରୀୟ ଭିତ୍ତିଭୂମି।
୬. କୃଷକମାନଙ୍କୁ ସେମାନଙ୍କ ଫସଲର ସମ୍ପୂର୍ଣ୍ଣ ମୂଲ୍ୟ।

ଉଲ୍ଲେଖଯୋଗ୍ୟ, ଏହି ଜାତୀୟ କନକ୍ଲେଭରେ ଦିଲ୍ଲୀର ସମସ୍ତ ୬୨ଜଣ ଆପ୍ ବିଧାୟକ, ପଞ୍ଜାବର ୯୨ଜଣ ଆପ୍ ବିଧାୟକ, ଗୋଆର ଦୁଇ ଜଣ ଆପ୍ ବିଧାୟକ ଯୋଗ ଦେଇଥିବା ବେଳେ ଦିଲ୍ଲୀ ଓ ପଞ୍ଜାବରୁ ୧୦ଜଣ ରାଜ୍ୟସଭା ସାଂସଦ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର