ନୂଆଦିଲ୍ଲୀ: ସମନ ଅନୁସାରେ ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) କାର୍ଯ୍ୟାଳୟରେ ହାଜର ନ ହୋଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ଙ୍କ ସହିତ ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶ ରାଜ୍ୟକୁ ଯାଇ ‘ରୋଡ୍‌ସୋ’ କରିବେ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

Advertisment

ଜେରା ପାଇଁ କେଜ୍ରିୱାଲ୍‌ ଆଜି ପୂର୍ବାହ୍ନ ୧୧ଟା ବେଳେ ‘ଇଡି’ କାର୍ଯ୍ୟାଳୟରେ ହାଜର ହେବା କଥା। କିନ୍ତୁ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ‘ଇଡି’କୁ ଚିଠି ଲେଖି କହିଛନ୍ତି ଯେ, ମଦ ନୀତି ମାମଲାରେ ପଠାଇଥିବା ସମନ୍‌ ସେମାନେ ଫେରାଇ ନିଅନ୍ତୁ।

publive-image Image Courtesy of India Today

ଚିଠିରେ କେଜ୍ରିୱାଲ୍‌ ଆହୁରି ମଧ୍ୟ ଲେଖିଛନ୍ତି, ବେଆଇନ ଓ ରାଜନୈତିକ ଅଭିସନ୍ଧିମୂଳକ ‘ଇଡି’ର ଏହି ସମନ୍‌ ‘ବିଜେପି’ର ନିର୍ଦେଶକ୍ରମେ ପଠାଯାଇଛି। ତେଣୁ, ସେମାନେ ତୁରନ୍ତ ଏହି ନୋଟିସ୍‌ ପ୍ରତ୍ୟାହାର କରି ନିଅନ୍ତୁ।

ଆଜି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ନିମନ୍ତେ କେଜ୍ରିୱାଲ୍‌ ସିଙ୍ଗ୍‌ରୋଲି ଅଭିମୁଖେ ଯାଇ ସେଠାରେ ‘ରୋଡ୍‌ସୋ’ କରିବେ। ଏଥିପାଇଁ ସ‌େ କହିଛନ୍ତି, ଚାରିଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ତାଙ୍କୁ ବାଧା ପାଇଁ  ‘ଇଡି’ ନୋଟିସ୍‌ ପଠାଯାଇଛି।

publive-image Image Courtesy of NDTV

‘ଆପ୍‌’ ମଧ୍ୟ ଅଭିଯୋଗ କରିଛି ଯେ, ରାଜନୈତିକ ଅଭିସନ୍ଧିମୂଳକ ମାମଲାରେ କେନ୍ଦ୍ର ସରକାର କେଜ୍ରିୱାଲ୍‌ଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି।