ନୂଆଦିଲ୍ଳୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଜଲ ବୋର୍ଡ (ଡିଜେବି) ରେ ହୋଇଥିବା ଅନିୟମିତତା ସହ ଜଡିତ ଅର୍ଥ ହେରଫେର ଯାଞ୍ଚ ମାମଲାରେ ଏକ ସମନ ଜାରି କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାରି କରିଥିବା ସମନକୁ କେଜ୍ରିୱାଲ୍ ଏଡ଼ାଇ ଯିବେ ବୋଲି ଆମ୍ ଆଦମି ପାର୍ଟି (ଆପ୍) ସୋମବାର ଇଣ୍ଡିଆ ଟୁଡେ ଟିଭିକୁ ସୂଚନା ଦେଇଛି। ଆଜି ତାଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ ଶନିବାର ଡକାଯାଇଥିଲା। ହେଲେ ସେ ଇଡି କାର୍ଯ୍ୟାଳୟରେ ପହଞ୍ଚିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।
ବାରମ୍ବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡାକରାକୁ ଏଡ଼େଇ ଯିବା ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ନାମରେ ସମନ ହୋଇଥିଲା। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଦ୍ବାରା କେଜ୍ରିୱାଲଙ୍କୁ ଏବେ ଆଶ୍ବସ୍ତି ମିଳିଛି। ଶନିବାର ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ଜାମିନ୍ ପ୍ରଦାନ କରିବା ପରେ ପୁଣି ଥରେ କେଜ୍ରିୱାଲଙ୍କୁ ସମନ ଜାରି ହୋଇଛି। ଇଡ଼ି ଅରବିନ୍ଦ କେଜ୍ରିୱାଲଙ୍କୁ ନବମ ସମନ ଜାରି କରିଛି। ଏହି ସମନ ଜାରି କରି ଇଡ଼ି ତାଙ୍କୁ ଆଗାମୀ ୨୧ ତାରିଖରେ ହାଜର ହେବାକୁୁ କହିଛି।