୬ମାସରେ ବହୁତ ପ୍ରେମ ଚିଠି ଲେଖିଲେଣି, ଏବେ ଟିକେ ଥୟ ଧରନ୍ତୁ; ଉପରାଜ୍ୟପାଳଙ୍କୁ କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଥାନ୍ତି ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଅନେକ ନିଷ୍ପତ୍ତି ଉପରେ ଉପରାଜ୍ୟପାଳ ଆପତ୍ତି ଉଠାଇଥିବା ବେଳେ ତାଙ୍କୁ ଚିଠି ପଠାଇଥାନ୍ତି। କିଛି ଦିନ ତଳେ ଅବକାରୀ ଦୁର୍ନୀତିକୁ ନେଇ ଦୁହେଁ ମୁହାଁମୁହିଁ ହୋଇଥିଲେ। ଏବେ ଉପରାଜ୍ୟପାଳ ଭିକେ ସକ୍ସେନା ପ୍ରତ୍ୟେକ କଥାରେ ତାଙ୍କୁ ଟାର୍ଗେଟ କରୁଥିବାରୁ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ।

ଟ୍ବିଟ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଲେଖିଛନ୍ତି ଯେ, ଉପରାଜ୍ୟପାଳ ସାହେବ ମୋତେ ଯେତେ ଗାଳି ଦେଇଛନ୍ତି, ମୋ ପତ୍ନୀ ମଧ୍ୟ ମୋତେଏତେ  ଗାଳି ଦିଅନ୍ତି ନାହିଁ। ଗତ ୬ମାସ ମଧ୍ୟରେ, ମୋ ପତ୍ନୀ ମୋତେ ଯେତିକି ପ୍ରେମ ଚିଠି ଲେଖି ନାହାଁନ୍ତି, ଉପରାଜ୍ୟପାଳ ସାହେବ ମୋତେ ଅଧିକ ଚିଠି ଲେଖିଛନ୍ତି। ଉପରାଜ୍ୟପାଳ ସାହେବ, ଟିକେ ଥୟ ଧର ଏବଂ ଆପଣଙ୍କ ସୁପର ବସକୁ ମଧ୍ୟ ଥୟ ଧରିବାକୁ କୁହ। ଏଭଳି ଟ୍ବିଟ କରି ‌କେଜ୍ରିୱାଲ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଟାର୍ଗେଟ କରିଛନ୍ତି।

ଏହା ପ୍ରଥମ ନୁହେଁ କେଜ୍ରିୱାଲ ଲଗାତାର ଅଭିଯୋଗ କରିଆସୁଛନ୍ତି ଯେ ଉପରାଜ୍ୟପାଳ ଭି.କେ ସକ୍ସେନା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ଏବଂ ଆପ୍ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି।

ସମ୍ବନ୍ଧିତ ଖବର