ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ସମୟରେ ପଞ୍ଜାବର ଆନନ୍ଦପୁର ସାହିବରୁ ଆମ୍ ଆଦମୀ ପାର୍ଟି ସାଂସଦ ମାଲବିନ୍ଦର ସିଂହ କଙ୍ଗ ଲୋକସଭାରେ କ୍ରୀଡ଼ା ସମ୍ବନ୍ଧୀୟ ପ୍ରସଙ୍ଗ ଉଠାଇଥିଲେ। କ୍ରୀଡ଼ା ଜଗତରେ କ'ଣ ନୂଆ ପଦକ୍ଷେପ ନିଆଯିବା ଉଚିତ ସେ ନେଇ ମଧ୍ୟ ସେ ପରାମର୍ଶ ଦେଇଥିଲେ। କିନ୍ତୁ ନିଜ ଭାଷଣରେ ମାଲବିନ୍ଦର ସିଂହ ୨୦୩୬ ପରିବର୍ତ୍ତେ ୧୯୩୬ କଥା କହୁଥିଲେ। ଗୃହରେ ସେ ଏପରି ମଧ୍ୟ କହିଥିଲେ ଯେ ଭାରତ ୧୯୩୬ରେ ଅଲିମ୍ପିକ୍ସ ଆୟୋଜନ କରିବ ଏବଂ ସେତେବେଳେ ଅରବିନ୍ଦ କେଜ୍ରିୱାଲ ଦେଶର ପ୍ରଧାନମନ୍ତ୍ରୀ ଥିବେ ।
ଆମ୍ ଆଦମୀ ପାର୍ଟି ସାଂସଦ ମାଲବିନ୍ଦର ସିଂ କଙ୍ଗ କହିଛନ୍ତି ଯେ ଆମ ଦେଶରେ ପ୍ରତିଭାର ଅଭାବ ନାହିଁ। କିନ୍ତୁ କ୍ରୀଡ଼ା ପାଇଁ ଆମକୁ ପିଲାବେଳୁ ପ୍ରତିଭାର ଉନ୍ନତି ପାଇଁ କାମ କରିବାକୁ ପଡ଼ିବ। ୧୯୩୬ (୨୦୩୬)ରେ ଆମେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଚେଷ୍ଟା କରୁଛୁ। ଏଥିସହ ଖେଳାଳିଙ୍କୁ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ। ପିଲାଙ୍କୁ ନର୍ସରୀ ସ୍ତରରୁ ଅଲିମ୍ପିକ୍ସ କ୍ରୀଡ଼ା ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ଭାରତରେ ଖେଳାଳିମାନେ ବିଶ୍ୱବିଦ୍ୟାଳୟ କିମ୍ବା ଜାତୀୟ ସ୍ତର ପରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ରହିଥାନ୍ତି। ସେ କହିଥିଲେ ଯେ ଏଠାରେ ପ୍ରତିଭାର କୌଣସି ଅଭାବ ନାହିଁ। କିନ୍ତୁ ଆମକୁ ପିଲାଦିନରୁ ସେମାନଙ୍କୁ ଚିହ୍ନିବାକୁ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/WhatsApp-Image-2024-07-22-at-21.57.30.jpeg)