ଆରୟନ ଖାଁଙ୍କୁ ଜାମିନ ଦେଲେ ବମ୍ବେ ହାଇକୋର୍ଟ, ଆସନ୍ତା କାଲି ମୁକୁଳିବା ସମ୍ଭାବନା

ଅରବାଜ ଓ ମୁନମୁନଙ୍କୁ ବି ଜାମିନ ମିଳିଲା

ମୁମ୍ବାଇ : କ୍ରୁଜ ଜାହାଜ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆରୟନ ଖାଁଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ତିନିଦିନ ଧରି ଶୁଣାଣି କରିବା ପରେ ହାଇକୋର୍ଟ ଆଜି ଅପରାହ୍ଣରେ ଆରୟନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆରୟନଙ୍କ ସମେତ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ମଧ୍ୟ ଜାମିନ ମିଳିଛି । କୋର୍ଟ ଆସନ୍ତା କାଲି ନିଜର ସବିଶେଷ ଅର୍ଡର ପ୍ରକାଶ କରିବେ । ଜେଲ କର୍ତ୍ତୃପକ୍ଷଙ୍କୁ କୋର୍ଟଙ୍କ ଅର୍ଡର ମିଳିବା ପରେ ଏହି ତିନିଜଣ ଆସନ୍ତା କାଲି ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି ।

ଆଜି କୋର୍ଟରେ ଶୁଣାଣି ବେଳେ ଆରୟନଙ୍କ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ଉକ୍ତ ଜାହାଜରେ ଥିବା ଲୋକମାନଙ୍କ ମଧ୍ୟରୁ କେବଳ ଅରବାଜ ଓ ଅଚିତଙ୍କୁ ଜାଣିଥିଲେ । ଆରୟନଙ୍କ ଗିରଫଦାରିର ୪ ଦିନ ପରେ ଅଚିତଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଡ୍ରଗ୍ ଡିଲର ବୋଲି ଏନସିବି କହୁଥିବାବେଳେ ତାଙ୍କ ନିକଟରୁ ମାତ୍ର ୨.୪ ଗ୍ରାମ ଡ୍ରଗ୍ସ ମିଳିଥିଲା । କିନ୍ତୁ ଜଣେ ସଂଦିଗ୍ଧ ଡ୍ରଗ ଡିଲର ପାଖରେ ଅତିକ୍ରମରେ ୨୦୦ ଗ୍ରାମ ଡ୍ରଗ୍ସ ମିଳିବା ଆବଶ୍ୟକ ।

ସମ୍ବନ୍ଧିତ ଖବର