ମିଳିଲାନି ଜାମିନ: ଜେଲ ଗଲେ ଶାହରୁଖ ଖାନଙ୍କ ପୁଅ ଆରୟନ

ମୁମ୍ବାଇ: ମିଳିଲାନି ଜାମିନ। ଜେଲ ଗଲେ ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ। ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସ୍ ମାମଲାରେ ଗିରଫ ହୋଇଥିବା ଆର୍‌ୟନ୍‌ ଖାନଙ୍କୁ ଅକ୍ଟୋବର ୧୧ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ଅଦାଲତ। ଡ୍ରଗ୍ସ କେସ୍ ମାମଲାରେ ଆଜି ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ୍ ଖାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଜି ଆରୟନଙ୍କ ହେପାଜତ ଅବଧି ଶେଷ ହେବା ପରେ ଆରୟନଙ୍କ ସମେତ ୮ ଜଣଙ୍କୁ କୋର୍ଟରେ ହାଜର କରିଥିଲା ଏନ୍‌ସିବି। ଏହା ସହ ଆରୟନ ଖାନଙ୍କୁ ପୁଣି ୪ ଦିନ ହେପାଜତକୁ ନେବାକୁ ଏନସିବି ଅନୁମତି ମାଗିଥିଲା।

ଶୁଣାଣି ପରେ ଅଦାଲତ ଆରୟନଙ୍କୁ ୪ଦିନ ଏନସିବି ହେପାଜତକୁ ନପଠାଇ ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ଆରୟନଙ୍କ ସହ ଅନ୍ୟ ୭ଜଣ ମଧ୍ୟ ଅକ୍ଟୋବର ୧୧ପର୍ଯ୍ୟନ୍ତ ଚାର ବିଭାଗୀୟ ହାଜତରେ ରହିବେ। ତେବେ ଆସନ୍ତାକାଲି ଦିନ ୧୧ଟାରେ ଆରୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ।

www.indiatoday.in

ଉଲ୍ଲେଖଯୋଗ୍ୟ, ରେଭ୍ ପାର୍ଟିରୁ ଆରୟନଙ୍କୁ ଗିରଫ କରାଯିବା ପରେ ପ୍ରଥମେ ଗୋଟିଏ ଦିନ ପାଇଁ ନିଜ ହେପାଜତକୁ ନେଇଥିଲା ଏନ୍‌ସିବି। କୋର୍ଟରେ ହାଜର ହେବା ପରେ ଆରୟନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପୁଣି ଏନ୍‌ସିବି ହେପାଜତକୁ ପଠାଇ ଦିଆଯାଇଥିଲା । ସେ ବିଦେଶୀ ଡ୍ରଗ୍ସ ବ୍ୟବସାୟୀଙ୍କ ସଂପର୍କରେ ଥିବା ତାଙ୍କ ହ୍ୱାଟ୍ସଆପ୍ ଚାଟରୁ ଖୁଲାସା ହୋଇଥିବା କୋର୍ଟକୁ ଜଣାଇଥିଲା ଏନ୍‌ସିବି। ଆମେରିକା ଓ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ପଢୁଥିବା ବେଳେ ସେ ଡ୍ରଗ୍ସ ସେବନ କରୁଥିବା ଏନ୍‌ସିବି କୋର୍ଟକୁ କହିଥିଲା ।

ସମ୍ବନ୍ଧିତ ଖବର