ମୁମ୍ବାଇ: ମୁଁ କୌଣସି ଲାଞ୍ଚ ଟଙ୍କା ନେଇ ନାହିଁ। ୧୫ମିନିଟରେ ଆତ୍ମସମର୍ପଣ କରିବି। ହେଲେ ମୁମ୍ବାଇରେ ନୁହେଁ ଲକ୍ଷ୍ନୌରେ। ଲାଗିଥିବା ଅଭିଯୋଗ ଏବଂ ଫେରାର ଥିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଏଭଳି କହିଛନ୍ତି ଏନସିବି ପକ୍ଷରୁ ସାକ୍ଷୀ ଥିବା କେପି ଗୋସାବୀ।

Advertisment

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେପି ଗୋସାବୀ କହିଛନ୍ତି, "ମୁଁ ୧୫ମିନିଟରେ ଆତ୍ମସମର୍ପଣ କରିବାକୁ ଯାଉଛି। ମହାରାଷ୍ଟ୍ରରେ ମୋ ଜୀବନ ପ୍ରତି ବିପଦ ଅଛି ତେଣୁ ମୁଁ ଲକ୍ଷ୍ନୌରେ ଆତ୍ମସମର୍ପଣ କରିବି। ମୋତେ ଏବେ ଧମକପୂର୍ଣ୍ଣ କଲ ଆସୁଛି। ଯଦି ପ୍ରଭାକରଙ୍କ ପାଖରେ ମୋ ବିରୋଧରେ କରିଥିବା ଅଭିଯୋଗର ପ୍ରମାଣ ଅଛି, ତେବେ ସେ ତାହା ସମସ୍ତଙ୍କ ସାମ୍ନାକୁ ଆଣନ୍ତୁ। ମୁଁ କୌଣସି ଟଙ୍କା ନେଇ ନଥିଲି। ମୁଁ ନିଜକୁ ବଞ୍ଚାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଲୁଚି ରହିଥିଲି। କିନ୍ତୁ ଆଜି ଆତ୍ମସମର୍ପଣ କରିବି ବୋଲି କହିଛନ୍ତି ଗୋସାବୀ। "

Aryan Khan asked me to call his parents, claims KP Gosavi who clicked selfie with SRK’s son www.indiatoday.in

ଆରୟନଙ୍କ ସହ ସେଲଫି ଏବଂ ତାଙ୍କ ନିଜ ଫୋନ ଦେଇଥିବାର ଭିଡିଓ ଉପରେ ସଫେଇ ଦେଇ ଗୋସାବୀ କିଛି ସମୟ ତଳେ କହିଥିଲେ ଯେ, ନିଜ ମ୍ୟାନେଜରଙ୍କ ସହ କଥା ହେବା ପାଇଁ ଆରୟନ ଖାନ୍ ମୋତେ ଡାକିଥିଲେ, କାରଣ ସେତେବେଳେ ତାଙ୍କ ପାଖରେ ନିଜର ଫୋନ୍ ନଥିଲା। ଏହା ପରେ ସେ ମାତାପିତା ଏବଂ ମ୍ୟାନେଜରଙ୍କୁ ଫୋନ କରିବା ପାଇଁ ମୋ ଫୋନ୍ ମାଗିଥିଲେ। ମୁଁ କେବଳ ତାଙ୍କୁ ସାହାଯ୍ୟ କରିଥିଲି ଏବଂ ଅକ୍ଟୋବର ୬ପରେ ମୁଁ ମୁମ୍ବାଇ ଛାଡ଼ିଥିଲି। ସମୀର ୱାଙ୍ଖେଡେଙ୍କୁ ମୁଁ କେବଳ ଟିଭିରେ ଦେଖିଛି, ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିନାହିଁ। ମୁଁ ପୂର୍ବରୁ ଏନସିବିର କୌଣସି ଚଢ଼ାଉରେ ସାମିଲ ହୋଇନାହିଁ।