ମୁମ୍ବାଇ: ଆରୟନ ଖାଁଙ୍କ ଡ୍ରଗ୍ସ ମାମଲାରେ ବଲିଉଡର ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅନନ୍ୟାଙ୍କ ସହିତ ତାଙ୍କ ପିତା ଚଙ୍କି ପାଣ୍ଡେଙ୍କ ମଧ୍ୟ ରହିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଗୁରୁବାର ଦିନ ଏନସିବିର ଏକ ଟିମ୍ ଅନନ୍ୟାଙ୍କ ଘରେ ପହଞ୍ଚିଥିଲା। ଏହି ପ୍ରସଙ୍ଗରେ ଟିମ୍ ଅନନ୍ୟାଙ୍କୁ ଡାକିଥିଲେ। ଏହା ପରେ ସେ ସନ୍ଧ୍ୟାରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।
ଏନସିବି ଅନନ୍ୟାଙ୍କ ଲାପଟପ୍ ଏବଂ ଫୋନ୍ ଜବତ କରି ନେଇଛି । ତେବେ କୁହାଯାଉଛି କି ଆରୟନଙ୍କ ମାମଲାରେ ହ୍ବାଟସଆପ ଚାଟରେ ତାଙ୍କ ନାମ ସାମ୍ନାକୁ ଆସିଛି।
ବୁଧବାର ଦିନ ସେସନ କୋର୍ଟ ଆରୟନଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ଯେଉଁଥିରେ ସେ ହ୍ବାଟସଆପ ଚାଟ ବିଷୟରେ ଉଲ୍ଲେଖ କରିଥିଲେ। ଏଥିରେ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଥିଲା।
ସେସନ କୋର୍ଟ କହିଛନ୍ତି ଯେ ଆରୟନଙ୍କ ହ୍ବାଟସଆପ୍ ଚାଟ୍ ଦର୍ଶାଉଛି ଯେ ସେ ନିୟମିତ ଭାବରେ ନିଶା ଦ୍ରବ୍ୟର ବେଆଇନ କାରବାରରେ ଜଡ଼ିତ ଥିଲେ। ଆରୟନ ଖାଁଙ୍କୁ ଭେଟିବାକୁ ତାଙ୍କ ପିତା ଶାହାରୁଖ ଖାଁନ ଆଜି ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ। ଦୁହେଁ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ । ଦୁହିଁଙ୍କ ମଧ୍ୟରେ ଏକ ଗ୍ଲାସ୍ କାନ୍ଥ ଥିଲା । ବାର୍ତ୍ତାଳାପ ପରେ ଶାହାରୁଖ ଜେଲରୁ ବାହାରି ଆସିଥିଲେ। ଆସନ୍ତା ମଙ୍ଗଳବାର ଦିନ ହାଇକୋର୍ଟରେ ଆରୟନଙ୍କ ଜାମିନ ଆବେଦନର ଶୁଣାଣି ହେବ।