ମୁମ୍ବାଇ: ‘ନାକ୍ରୋଟିକ୍ ବ୍ୟୁରୋ’ର ମୁମ୍ବାଇ କ୍ଷେତ୍ରୀୟ ନିର୍ଦେଶକ ସମୀର ଓ୍ଵଙ୍ଖେଡ଼େ ଜନ୍ମଗତଭାବେ ମୁସଲମାନ ଏବଂ ତାଙ୍କ ବାସ୍ତବ ନାମ ‘ସମୀର ଦାଊଦ୍ ଓ୍ଵାଙ୍ଖେଡ଼େ’ ବୋଲି ଦାବି କରିବା ପରେ ବୁଧବାର ଦିନ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ସାମାଜିକ ଗଣମାଧ୍ୟମରେ ତାଙ୍କ (ସମୀର) ପ୍ରଥମ ବିବାହର ‘ନିକାହନାମା’ ପୋଷ୍ଟ୍ କରିଛନ୍ତି।
Image Courtesy of India Todayନବାବ ମଲିକ କହିଛନ୍ତି, ସମୀର ଓ୍ଵାଙ୍ଖେଡ଼େଙ୍କ ଧର୍ମ ପ୍ରସଙ୍ଗ ଉତ୍ଥାପନ କରିବା ତାଙ୍କର ଲକ୍ଷ୍ୟ ନୁହେଁ, ଲକ୍ଷ୍ୟ ହେଉଛି ସେ ଜାଲିଆତି କରି ହାସଲ କରିଥିବା ପ୍ରମାଣପତ୍ର ପାଇଛନ୍ତି ବୋଲି ଅବଗତ କରାଇବା। ‘ଆଇଆର୍ଏସ୍’ ଚାକିରି ପାଇବା ପାଇଁ ସେ ଜାତିଗତ ପ୍ରମାଣପତ୍ର ହାସଲ କରି ଯୋଗ୍ୟ ବିବେଚିତ ହେବାକୁ ଥିବା କୌଣସି ଜଣେ ପ୍ରକୃତ ‘ଅନୁସୂଚିତ ଜନଜାତି’ଙ୍କୁ ଠକିଛନ୍ତି।
ବିବାଦୀୟ ପରିସ୍ଥିତି ମଧ୍ୟରେ ଆଜି ନବାବ ମଲିକ, ଡକ୍ଟର ଶବନା କ୍ୟୁରେଶିଙ୍କ ସହ ହୋଇଥିବା ସମୀର ଓ୍ଵାଙ୍ଖେଡ଼େଙ୍କ ପ୍ରଥମ ବିବାହର ‘ନିକାହନାମା’ ଏବଂ ସେ ସମ୍ବନ୍ଧୀୟ ଫଟୋ ଟୁଇଟର୍ରେ ପୋଷ୍ଟ୍ କରିଛନ୍ତି।
Image Courtesy of Zee Newsଅନ୍ୟ ଏକ ଟୁଇଟର୍ ପୋଷ୍ଟ୍ରେ ନବାବ ମଲିକ ଲେଖିଛନ୍ତି, ଅନ୍ତରଙ୍ଗ ଦମ୍ପତି ଦାଊଦ୍ ଓ୍ଵାଙ୍ଖେଡ଼େ ଏବଂ ଡକ୍ଟର୍ ଶବନା କ୍ୟୁରେଶିଙ୍କ ଫଟୋ।
ନବାବ ମଲିକ ଆହୁରି ମଧ୍ୟ କହିଛନ୍ତି, ସେମାନେ ଯଦି କହୁଛନ୍ତି ମୁଁ ଟୁଇଟ୍ କରିଥିବା ଜାତିଗତ ପ୍ରମାଣପତ୍ର ଜାଲ୍, ତେବେ ସେମାନେ ଅସଲି ପ୍ରମାଣପତ୍ର ଦେଖାଇବା ଉଚିତ। ପରିଚୟକୁ ପ୍ରଭାବିତ ନ କରିବା ପାଇଁ ମୁଁ ସାକ୍ଷୀମାନଙ୍କ ନାଁ ସବୁ ଅସ୍ପଷ୍ଟ କରିପକାଇଛି। ମୁଁ ପୋଷ୍ଟ୍ କରିଥିବା ପ୍ରମାଣପତ୍ରଟି ‘ବିଏମ୍ସି’ରୁ ମିଳିଥିବା ‘ଅଫିସିଆଲ୍ ଡକ୍ୟୁମେଣ୍ଟ୍’।ଆଇନ ଅନୁସାରେ, ଜଣେ ବ୍ୟକ୍ତି ଅନ୍ୟ ଧର୍ମକୁ ପରିବର୍ତ୍ତିତ ହେଲେ, ସେ ଉପଲବ୍ଧ ହେଉଥିବା ଜାତିଆଣା ସୁବିଧାସୁଯୋଗରୁ ବଞ୍ଚିତ ହେବା କଥା।
ସେ ମୁସଲ୍ମାନ ନ ଥିଲେ ଏବଂ ସିଭିଲ୍ ସର୍ଭିସ୍ରେ ପ୍ରବେଶ କରିବାକୁ ନକଲି ଜାତିଗତ ପ୍ରମାଣପତ୍ର ବ୍ୟବହାର କରିଥିବା କଥା ସମୀର ଓ୍ଵାଙ୍ଖେଡ଼େଙ୍କ ଦ୍ୱିତୀୟ ପତ୍ନୀ ମରାଠୀ ଅଭିନେତ୍ରୀ କ୍ରାନ୍ତି ରେଡକର ଅସ୍ୱୀକାର କରିବା ପରେ ଆଜି ନବାବ ମଲିକ ଏସବୁ ପୋଷ୍ଟ୍ କରିଛନ୍ତି।
ଏ ସଂକ୍ରାନ୍ତରେ ଆଜି ଅପରାହ୍ଣରେ ସାମ୍ବାଦିକମାନଙ୍କୁ ସମୀର ଓ୍ଵାଙ୍ଖେଡ଼େ କହିଛନ୍ତି, ମୁଁ ଆଜନ୍ମ ହିନ୍ଦୁ ଏବଂ ଦଳିତ ପରିବାରର। ଆଜି ମଧ୍ୟ ମୁଁ ଜଣେ ହିନ୍ଦୁ। ମୁଁ କୌଣିସ ପ୍ରକାର ଧର୍ମ ପରିବର୍ତ୍ତନ କରିନାହିଁ। ଭାରତ ଗୋଟାଏ ଧର୍ମ ନିରପେକ୍ଷ ଦେଶ ହୋଇଥିବାରୁ ମୁଁ ଗର୍ବିତ।
ମୋର ବାପା ହିନ୍ଦୁ ଓ ମାଆ ମୁସଲମାନ। ମୁଁ ଉଭୟଙ୍କୁ ଶ୍ରଦ୍ଧା କରେ। ବିବାହ ସମୟରେ ମୁସଲମାନ ପ୍ରଥା ମାନିବାକୁ ମାଆ ଚାହିଁଲେ। କିନ୍ତୁ, ସେହି ମାସରେ ହିଁ ମୁଁ ‘ସ୍ପେସାଲ୍ ମ୍ୟାରେଜ୍ ଆକ୍ଟ୍’ରେ ମୋ ବିବାହ ପଞ୍ଜିକରଣ କରାଇଥିଲି। ଦୁଇଟି ଭିନ୍ନ ଧର୍ମର ବ୍ୟକ୍ତି ବିବାହ ବନ୍ଧନରେ ଆବଦ୍ଧ ହେଲେ ଉପରୋକ୍ତ ଆଇନରେ ସେ ବିବାହ ପଞ୍ଜିକରଣ କରାଯାଏ।
ପରେ ଆମର ଆଇନଗତ ଭାବେ ଛାଡ଼ପତ୍ର ହୋଇଥିଲା। ମୁଁ ଯଦି ଅନ୍ୟ ଏକ ଧର୍ମକୁ ପରିବର୍ତ୍ତିତ ହୋଇଛି ତେବେ ମଲିକ ପ୍ରମାଣ ଭାବେ ତାହାର ସାର୍ଟିଫିକେଟ୍ ଦେଖାଇବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Naban-Malik-Shares-Sameers-Nikahnama_Aryan-Drug-Case_Thumbnail.jpg)