ଆରୟନ ଖାନ ଓ ତାଙ୍କ ସାଥୀ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି କୌଣସି ଡ୍ରଗ୍ସ ସମ୍ବନ୍ଧିତ ଅପରାଧ ପାଇଁ ଷଡଯନ୍ତ୍ର କରିନଥିଲେ: ବମ୍ବେ ହାଇକୋର୍ଟ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଆରୟନ ଖାନ ଓ ତାଙ୍କ ଦୁଇଜଣ ବନ୍ଧୁଙ୍କ ଜାମିନ ମଞ୍ଜୁର କରିବା ପରେ ଶନିବାର ବିସ୍ତୃତ ଭାବେ ନିଷ୍ପତ୍ତିର କପି ଜାରି କରିଛନ୍ତି ବମ୍ବେ ହାଇକୋର୍ଟ । ଏହି କପିରେ କୋର୍ଟ କହିଛନ୍ତି କି ଅଭିଯୁକ୍ତଙ୍କ ବିରୋଧରେ ଏମିତି କିଛି ପ୍ରମାଣ ନାହିଁ ଯାହା ମାଧ୍ୟମରେ ପ୍ରମାଣ କରାଯାଇ ପାରିବ କି ସେମାନେ ଡ୍ରଗ୍ସ ସମ୍ବନ୍ଧିତ କୌଣସି ଅପରାଧ କରିବାକୁ ଷଡଯନ୍ତ୍ର କରୁଥିଲେ ।

ଏହି ମାମଲାରେ କୋର୍ଟ କହିଛନ୍ତି କି, ଆରୟନଙ୍କ ଫୋନରୁ ଯେଉଁ ହ୍ୱାଟସପ୍ ଚାର୍ଟ ସାମ୍ନାକୁ ଆସିଛି ତା ମଧ୍ୟରେ ଏମିତି କିଛି ଆପତ୍ତିଜନକ ଚାର୍ଟ ସାମ୍ନାକୁ ଆସିନାହିଁ ଯାହାଦ୍ୱାରା ଜଣାପଡିବ କି ଏହି ୩ ଜଣ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି କୌଣସି ଅପରାଧ ପାଇଁ ଷଡଯନ୍ତ୍ର କରିଥିଲେ ।

କୋର୍ଟ ତାଙ୍କ ଆଦେଶରେ ଏହା ବି କହିଛନ୍ତି ଯେ, ଏନଡିପିଏସ ଅଧିନିୟମ ଧାରା ୬୭ ମୁତାବକ ଏନସିବି ଦ୍ୱାରା ଦାଖଲ ହୋଇଥିବା ସ୍ୱୀକାରୋକ୍ତିକୁ କେବଳ ମାମଲାର ଯାଞ୍ଚ ପାଇଁ ବ୍ୟବହାର କରାଯାଇପାରିବ । ଏହାକୁ ଅନୁମାନ ଲଗାଇବା କିମ୍ବା ପ୍ରମାଣ କରିବା କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର