ଫେଲ୍ ମାରିଲା ଓକିଲଙ୍କ କସରତ: ଜାମିନ ଦେଲେନି ଅଦାଲତ, ଜେଲରେ ରହିବେ ଆରୟନ୍

ମୁମ୍ବାଇ: ମିଳିଲାନି ଜାମିନ। ଅନେକ ତର୍କ ବିତର୍କ ପରେ ବି ଆରୟନଙ୍କ ଜାମିନ କରାଇପାରିଲେ ନାହିଁ ତାଙ୍କ ଓକିଲ। ଆଜି ଆରୟନଙ୍କୁ ଜାମିନ ମିଳିଯିବ ବୋଲି ଆଶା କରାଯାଉଥିବା ବେଳେ ଏନସିବି ଓ ଆରୟନଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅକ୍ଟୋବର ୨୦ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ବିଚାରପତି ଭିଭି ପାଟିଲ। ଦଶହରା ପରେ ହିଁ ରାୟ ଶୁଣାଇବେ ବୋଲି କହିଛନ୍ତି ବିଚାରପତି । ଏହା ସହ ଆଜି ଜେଲରୁ ବାହାରିବା ନେଇ ଆରୟନଙ୍କ ସ୍ବପ୍ନ ମଉଳି ଯାଇଛି। ଏବେ ୫ଦିନ ତାଙ୍କୁ ପୁଣି ଜେଲରେ ରହି ଦିନ କାଟିବାକୁ ପଡ଼ିବ। ଅକ୍ଟୋବର ୨୦ରେ ହିଁ ତାଙ୍କୁ ଜାମିନ ଦେବା ନେଇ ରାୟ ଶୁଣାଇବେ ଅଦାଲତ। ତେବେ ଅକ୍ଟୋବର ୨୦ରେ ମଧ୍ୟ ବିଚାରପତି ବ୍ୟସ୍ତ ରହିବେ ବୋଲି କହିବା ସହ ରାୟ ଶୁଣାଇବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।

Bollywood actor Shah Rukh Khan's son Aryan Khan. (Photo: PTI file)
www.indiatoday.in

ପ୍ରାପ୍ତ ସୂଚନା ଅନୁସାରେ, ବାହାରୁ ପୋଷାକପତ୍ର ଆଣି ପିନ୍ଧିବାକୁ ଆର୍‌ୟନ୍‌ଙ୍କୁ ଅନୁମତି ମିଳିଛି। କିନ୍ତୁ, ସେ କେବଳ ଜେଲ୍‌ରେ  ଦିଆଯାଉଥିବା ମିଳୁଥିବା ଖାଦ୍ୟ ଖାଇବେ ବୋଲି କୁହାଯାଇଛି। ତେଣୁ, ଜେଲ୍‌ ନିୟମ ଅନୁସାରେ ସେ କ୍ୟାଣ୍ଟିନ୍‌ କୁପନ୍‌ ବ୍ୟବହାର କରି ସ୍ନାକ୍ସ୍‍, ବିସ୍କୁଟ୍‌, ପାଣି ବୋତଲ ଆଣୁଛନ୍ତି। ଏହା ବ୍ୟତିରେକେ, ତାଙ୍କୁ ମୁମ୍ବାଇ ଆର୍ଥର୍‌ ଜେଲ୍‌ର ‘କ୍ୱାରେଣ୍ଟିନ୍‌ ବାରାକ’ରୁ ‘କମନ୍‌ ସେଲ୍‌’କୁ ସ୍ଥାନାନ୍ତରଣ କରାଯାଇଛି। ଗତକାଲି ତାଙ୍କର ‘ସ୍ୱାବ୍‌’ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ତାହା ‘ନେଗେଟିଭ୍‌’ ଆସିଥିବା କଥା ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ।

अपने पेरेंट्स के साथ आर्यन खान
www.aajtak.in
ସମ୍ବନ୍ଧିତ ଖବର