ଆଜି ହେବ ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି, ଜାମିନ ପାଇଁ ହୋଇଛନ୍ତି ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ

ମୁମ୍ବାଇ: ଆଜି ମୁମ୍ବାଇ ହାଇକୋର୍ଟରେ ଆରୟନଙ୍କ ଜାମିନ ଆବେଦନର ହେବ ଶୁଣାଣି । ଏନଡିପିଏସ କୋର୍ଟରେ ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଓକିଲ । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି ହେବ ବୋଲି ଜଣାପଡ଼ିଛି । ଆରୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ବି ଆରୟନଙ୍କ ହ୍ୱାଟ୍ସଆପ୍ ଚାଟରୁ ତାଙ୍କର ଡ୍ରଗ୍ସ କାରବାର ସହ ଲିଙ୍କ୍ ଥିବା ନେଇ ପ୍ରମାଣ ପାଇଥିଲା ଏନସିବି । ଏହାର ତଦନ୍ତ ହେବା ଦରକାର ବୋଲି ଏନସିବି କୋର୍ଟରେ ଦାବି କରି ଆସୁଛି । ଆରୟନ ଅରବାଜଙ୍କ ପାଖରୁ ଡ୍ରଗ୍ସ ନେଉଥିବା ମଧ୍ୟ ଏନସିବି କୋର୍ଟରେ ପ୍ରମାଣ ରଖିଥିଲା । ତେବେ ଆଜି ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ କେଉଁ ନିଷ୍ପତ୍ତି ନେଉଛନ୍ତି, ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଶାହରୁଖଙ୍କ ପୁଅ ଆରୟନ ଏବେ ମୁମ୍ବାଇସ୍ଥିତ ଆର୍ଥର ରୋଡ୍ ଜେଲରେ ରହିଛନ୍ତି । ଅକ୍ଟୋବର ୩ରେ ଆରୟନ ଖାନଙ୍କୁ ମୁମ୍ବାଇ କ୍ରୁଜ୍ରରେ ଚାଲିଥିବା ଏକ ଡ୍ରଗ୍ସ ପାର୍ଟରୁ ଗିରଫ କରିଥିଲା ଏନସିବି ।

ଅନ୍ୟପକ୍ଷରେ ଏନସିବି ମୁଖ୍ୟ ସମୀର ୱାଙ୍ଖେଡ଼େଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଆରୟନଙ୍କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କାର ଡିଲ୍ ହୋଇଥିବା ନେଇ ଅଭିଯୋଗ ପରେ ଏନ୍‌ସିବି ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ଆଦେଶ ‌ଦିଆଯାଇଛି। ଏନ୍‌ସିବିର ଉତ୍ତରାଞ୍ଚଳ ଉପ ମହାନିର୍ଦ୍ଦେଶକ ଜ୍ଞାନେଶ୍ବର ସିଂହ ଏହାର ତଦନ୍ତ କରିବେ।

ସମ୍ବନ୍ଧିତ ଖବର