୯୦ ହଜାର ଏନଆରଆଇ ଫେରିଥିବାରୁ ‘କୋଭିଡ୍-୧୯ ଆଇସୋଲେସନ୍ ୱାର୍ଡ’ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ପାଣ୍ଠି ମାଗିଲା ପଞ୍ଜାବ

ନୂଆଦିଲ୍ଲୀ: ଗତ ଅଳ୍ପ କେତେ ମାସ ମଧ୍ୟରେ ପଞ୍ଜାବ ରାଜ୍ୟକୁ ପ୍ରାୟ ୯୦ ହଜାର ପ୍ରବାସବାସୀ (ଏନ୍ଆରଆଇ) ଫେରିଥିବାରୁ “କୋଭିଡ୍-୧୯’ ଆକ୍ରାନ୍ତଙ୍କ ନିମନ୍ତେ ଆଇସୋଲେସନ୍ ୱାର୍ଡ ଏବଂ ଅନ୍ୟାନ୍ୟ ଗୃହ ନିର୍ମାଣ ସକାଶେ ପଞ୍ଜାବ ସରକାର କେନ୍ଦ୍ର ସରକାରଙ୍କଠାରୁ ପାଣ୍ଠି ଆବଶ୍ୟକ କରୁଛନ୍ତି ।

Image Source: Hindustan Times

ସୋମବାର ଦିନ ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ବିଏସ୍ ସିଦ୍ଧୁ କହିଛନ୍ତି ଯେ ପଞ୍ଜାବରେ ଅନେକ ପ୍ରବାସବାସୀ ଥିବାରୁ ଗତ ତିନିଚାରି ମାସ ମଧ୍ୟରେ ୯୦ ହଜାର ଲୋକ ଏଠାକୁ ଫେରିଛନ୍ତି । କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ଭିତ୍ତିଭୂମି ତଥା ଆଇସୋଲେସନ୍ ୱାର୍ଡ ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ୧୫୦ କୋଟି ଟଙ୍କା ମାଗିଛୁ । ଏଥିପାଇଁ ପାଞ୍ଚଜଣ ସାଂସଦ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ଭେଟିଛନ୍ତି ।

Image Source: The Times of India

ସୋମବାର ଦିନ ପଞ୍ଜାବ ସରକାର ସମଗ୍ର ରାଜ୍ୟରେ କର୍ଫ୍ୟୁ ଜାରି କରିଛନ୍ତି ଏବଂ ସଙ୍କଟଜନିତ ସହାୟତା ସକାଶେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଟୁଇଟ୍ କରିଛନ୍ତି: ନିୟମ ଅନୁସାରେ ଆଦେଶ ଜାରି କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଅବଶ୍ୟ ନିର୍ଦ୍ଧିଷ୍ଟ ସମୟ ଓ ଉଦେ୍ଦଶ୍ୟ ଲାଗି କୌଣସି ବ୍ୟକ୍ତିବିଶେଷଙ୍କୁ ଏଥିରୁ କୋହଳ ଦିଆଯିବ ।

ରାଜ୍ୟର ବିଜୁଳି, ନର୍ଦ୍ଦମା ଓ ଜଳ ବିଲ୍ ପୈଠ ତାରିଖ ପରିବର୍ତ୍ତନ କରିବାକୁ ମଧ୍ୟ ସେ ସମ୍ପୃ୍କ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର