ଏଥର ଜମ୍ମୁ-କଶ୍ମୀରରେ ଆଡ଼ମ୍ବର ସହକାରେ ପାଳନ ହେବ ସ୍ୱାଧୀନତା ଦିବସ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଇଦ୍‌ ସୁରୁଖୁରୁରେ କଟିବା ପରେ ସରକାର ସଂପୃକ୍ତ ଅଞ୍ଚଳରେ ଅତି ଆଡମ୍ବର ସହକାରେ ସ୍ୱାଧୀନତା ଦିବସ ପାଳନ କରିବାର ଯୋଜନା କରୁଛନ୍ତି। ଅଗଷ୍ଟ ୧୫ ତାରିଖରେ ହେବାକୁ ଥିବା ଏହି ବୃହତ୍‌ ଉତ୍ସବ ସକାଶେ ପୂର୍ବରୁ ଅଭ୍ୟାସ ଜାରି ହୋଇଛି।

ଜମ୍ମୁ-କଶ୍ମୀର ଓ ଲଦାଖର ସମସ୍ତ ଜିଲ୍ଲାରେ ଏହି ପୂର୍ବାଭ୍ୟାସ ଆରମ୍ଭ ହୋଇ ଯାଇଛି ବୋଲି ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ସୋମବାର ଶାନ୍ତିପୂର୍ଣ୍ଣ ଇଦ୍‌ ସମାରୋହ ପରେ ଜମ୍ମୁ-କଶ୍ମୀରରୁ ପ୍ରତିବନ୍ଧାତ୍ମକ ସ୍ଥିତିକୁ କୋହଳ କରାଯାଇଛି।

News18.com

ଗତକାଲି ଜମ୍ମୁ-କଶ୍ମୀର ଓ ଲଦାଖରେ ଇଦ୍‌ ପାଳନ ହେବା ପରେ ପ୍ରାୟତଃ ଅଧିକାଂଶ ସ୍ଥାନରେ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି। ଅଧିକାଂଶ ଅଞ୍ଚଳ ପୂର୍ବ ପରି ସ୍ୱାଭାବିକ ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ ୫ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଘୋଷଣା କରିବା ପରେ ସଂପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଥିଲା। ସେବେଠାରୁ ଟେଲିଫୋନ୍‌ ଓ ଇଣ୍ଟର୍‌ନେଟ୍‌ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର