ଆଫଗାନିସ୍ତାନ ଛାଡ଼ିବା ଅପେକ୍ଷାରେ ୭୦ ଭାରତୀୟ, ୨୦୦ ସ୍ଥାନୀୟ ବାସିନ୍ଦା

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲରେ ଭାରତ ଆସିବାକୁ ୭୦ ଜଣ ଭାରତୀୟ ଏବଂ ୨୦୦ ସ୍ଥାନୀୟ ବାସିନ୍ଦା ଅପେକ୍ଷା କରିଛନ୍ତି। ଦି ଇଣ୍ଡିଆ ୱାର୍ଲଡ ଫୋରମ୍‌ (ଆଇଡବଲ୍ୟୁଏଫ୍‌) ଏବଂ ଅନ୍ୟ ମାନବିକ ସୁରକ୍ଷା ପାଇଁ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ‌ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ନିକଟକୁ ଚିଠି ଲେଖିଛନ୍ତି। ଶିଖ୍‌ ନେତା ଏବଂ ସ୍ବେଚ୍ଛାସେବୀ ସଂଗଠନ ସମେତ ଗୁରୁଦ୍ବାର ମୁଖ୍ୟଙ୍କ ନିକଟକୁ ଆଫଗାନିସ୍ତାନ ଛାଡ଼ିବାକୁ କାବୁଲ୍‌ରେ ଅପେକ୍ଷା କରିଥିବା ଭାରତୀୟ ଓ ସ୍ଥାନୀୟ ବାସିନ୍ଦାଙ୍କ ନିକଟରୁ ବହୁବାର ଫୋନ୍‌ କଲ୍‌ ଆସୁଛି। ଦିଲ୍ଲୀ ଶିଖ୍‌ ଗୁରୁଦ୍ବାର ମ୍ୟାନେଜମେଣ୍ଟର ପୂର୍ବତନ ସଭାପତି ମନଜିତ ସିଂହ ଜିକେ ୨୦ ତାରିଖରେ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ସେମାନେ ସେଠାରେ ଇ-ଭିସାକୁ ଅପେକ୍ଷା କରିଛନ୍ତି। ପୂର୍ବରୁ ଭାରତୀୟ ନାଗରିକ ଏବଂ ଆଫଗାନୀ ନାଗରିକଙ୍କ ଭିସା ୩ ବର୍ଷ ପାଇଁ ବଳବତ୍ତର ରହୁଥିବାବେଳେ ତାଲିବାନ ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ଏହାକୁ ନାକଚ କରି ଦିଆ ଯାଇଛି। ହିନ୍ଦୁ ଓ ଶିଖ୍‌ ସମ୍ପ୍ରଦାୟର ସଦସ୍ୟମାନେ ସେପ୍ଟେମ୍ବର ୧୨ ତାରିଖରେ ପୁନର୍ବାର ଭିସା ପାଇଁ ଆବେଦନ କରିଥିଲେ। କେନ୍ଦ୍ର ସରକାରଙ୍କ ନିକଟରେ ୨୦୮ଟି ଭିସା ଆବେଦନ ଅନୁମତି ଅପେକ୍ଷା‌ରେ ପଡ଼ି ରହିଛି।

ସମ୍ବନ୍ଧିତ ଖବର