ଇମ୍ରାନ୍‌ ଖାନଙ୍କ ଖର୍ଚ୍ଚକାଟ୍‌ ପ୍ରକ୍ରିୟା ଆରମ୍ଭ; ପ୍ରଧାନମନ୍ତ୍ରୀ ଆବାସରୁ ୭୦ ବିଳାସମୟ ଗାଡ଼ି ନିଲାମ, ପରବର୍ତ୍ତୀ ଟାର୍ଗେଟରେ ନଓ୍ଵାଜଙ୍କ ମଇଁଷି

ଇସ୍‌ଲାମବାଦ୍‌: ଖର୍ଚ୍ଚ କାଟ୍‌ କରିବା ପାଇଁ ପାକିସ୍ତାନ ସରକାର ଇମ୍ରାନ ଖାନ ଯେଉଁ ନିଷ୍ପତ୍ତି ନେଇଥିଲେ ତାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଆବାସରେ ଥିବା ୧୦୨ ବିଳସମୟ କାର୍‌କୁ ବିକ୍ରି କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିବା ମୁତାବକ ତାହାର ପ୍ରକ୍ରିୟା ଆଜି ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ପ୍ରଧାନମନ୍ତ୍ରୀ ଆବାସରୁ ବଜାର ଦରରୁ ଅଧିକ ଦରରେ ୭୦ଟି ଦାମୀ କାର୍‌ ନିଲାମ ଡାକି ବିକ୍ରି କରିଛନ୍ତି। ସେହି କାର୍‌ଗୁଡ଼ିକ ଭିତରୁ ମର୍‌ସିଡିଜ୍‌, ବିଏମ୍‌ଡବ୍ଲୁ ଅନ୍ୟତମ।

ଏହାବ୍ୟତୀତ ଜେଲ୍‌ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ନିଜର ଗ୍ୟାସ୍‌ଷ୍ଟ୍ରିକ୍‌ ରୋଗକୁ ଆୟତ୍ତରେ ରଖିବା ପାଇଁ ରୀତିମତ ମଇଁଷି ଖିର ଆବଶ୍ୟକ କରୁଥିବା ହେତୁ ପ୍ରଧାନମନ୍ତ୍ରୀ ଆବାସରେ ଯେଉଁ ୮ଟି ମଇଁଷି ରଖିଥିଲେ ତାହାକୁ ଇମ୍ରାନ ଖାନ ନିଲାମ ଡାକିବା ନିଷ୍ପତ୍ତି ନେଇଛନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବ୍ୟବହାର କରିବାକୁ ଥିବା ୪ଟି ହେଲିକପ୍ଟରକୁ ମଧ୍ୟ ନିଲାମ ଡକାଯିବ।

ପ୍ରଧାନମନ୍ତ୍ରୀଙ୍କ ଅଭିଯାନର ପ୍ରଥମ ପର୍ଯ୍ୟାୟରେ ୭୦ଟି ଗାଡ଼ି ନିଲାମ ହେବା ପରେ ଏବେ ପରବର୍ତ୍ତୀ ପର୍ଯ୍ୟାୟରେ ସୁରକ୍ଷିତ ଯାନ(ବୋମା ଏବଂ ଗୁଳିରୁ ରକ୍ଷାକାରୀ ଗାଡ଼ି) ବିକ୍ରି କରାଯିବ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଶପଥ ନେଇ ବତ୍କତା ସମୟରେ ଇମ୍ରାନ୍‌ ଖାନ ସରକାରୀ ଖର୍ଚ କାଟ କରିବା ପାଇଁ ଆରାମଦାୟକ ଜୀବନଶୈଳୀରୁ ନିଜକୁ ନିବୃତ ରଖିବେ ବୋଲି ଘୋଷଣା କରିଥିଲେ। ତାହା ଏବେ ସେ ପାଳନ କରୁଛନ୍ତି।

ସମ୍ବନ୍ଧିତ ଖବର