ଗାନ୍ଧୀନଗର: ଗୁଜୁରାଟରେ ପ୍ରବଳ ବର୍ଷା ‌ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ହଇଚଇ ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର ଦିନ ସାଇକ୍ଲୋନର ଚେତାବନୀ ଦେଇ କୁଚ୍ ଜିଲ୍ଲାର ଲୋକଙ୍କୁ ସ୍ଥାୟୀ ଆଶ୍ରୟସ୍ଥଳକୁ ଯିବାକୁ ପରାମର୍ଶ ଦେଇଛି। 

Advertisment

ଗୁରୁବାର ଦିନ ମାଣ୍ଡଭି ବ୍ଲକର ମୋଟା କାନ୍ଦାଗର ଗ୍ରାମରେ ଫସି ରହି ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି। କାନ୍ଥ କିମ୍ବା ପକ୍କା ଘର ଭୁଶୁଡ଼ିବା କାରଣରୁ ଅନେକଙ୍କ ମୃତ୍ୟୁ ଘଟିଛି। ୩୬ ଜଣ ମୃତକଙ୍କ ମଧ୍ୟରୁ ୧୩ ଜଣଙ୍କର କେବଳ କାନ୍ଥ ପଡ଼ି ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛି। ବାକିମାନଙ୍କ ଉପରେ ଗଛ ପଡ଼ିଯିବାରୁ ସେମାନଙ୍କ ଜୀବନ ଯାଇଛି।

ପାଣିପାଗର ପୂର୍ବାନୁମାନ ଅନୁଯାୟୀ କୁଚ୍, ଜାମନଗର, ମୋର୍ବି, ଦେବଭୂମୀ ଦ୍ୱାରକା, ପୋରବନ୍ଦର ସମେତ ଜିଲ୍ଲାମାନଙ୍କ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପଶ୍ଚିମ କୁଚରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପ୍ରାୟ ୧୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ଜାଣିବାକୁ ମିଳିଛି ଯେ ଗୁଜରାଟରେ ଗୋଟିଏ ବର୍ଷରେ ହାରାହାରି ଯେତିକି ବର୍ଷା ହୁଏ, ଏପର୍ଯ୍ୟନ୍ତ ତା ଠାରୁ ୫ ପ୍ରତିଶତ ଅଧିକ ବର୍ଷା ହୋଇସାରିଲାଣି ।