ଦିଲ୍ଲୀରେ ପ୍ରବେଶ ନେଇ ଚାଷୀଙ୍କୁ ମିଳିଲା ଅନୁମତି, କେନ୍ଦ୍ରର ନିଷ୍ପତ୍ତିକୁ ସ୍ବାଗତ କରି ତୁରନ୍ତ ଚାଷୀଙ୍କ ସମସ୍ୟା ଦୂର କରିବାକୁ କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ପଞ୍ଜାବ ସମେତ ଉତ୍ତରପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ କେରଳ ଆଦି ରାଜ୍ୟରୁ ଚାଷୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ପ୍ରଥମେ ଚାଷୀଙ୍କୁ ଅଟକାଇବା ପାଇଁ ଦିଲ୍ଲୀ ପୁଲିସ ଅନେକ ଚେଷ୍ଟା କରି ବିଫଳ ହେବା ପରେ ଏବେ ଚାଷୀମାନଙ୍କୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଏବେ ଚାଷୀମାନେ ବୁରାରୀର ନିରଙ୍କରୀ ପଡ଼ିଆରେ ରହି ଆନ୍ଦୋଳନ କରି ପାରିବେ। ତେବେ ଚାଷୀମାନଙ୍କୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ଦିଆଯିବା ପରେ କେନ୍ଦ୍ରର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ।

कृषि कानूनों के खिलाफ किसानों का हल्ला बोल (PTI)
aajtak

ସେ କହିଛନ୍ତି, ଚାଷୀମାନଙ୍କୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ଦେବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ଏବେ କେନ୍ଦ୍ର ନୂଆ କୃଷି ଆଇନକୁ ନେଇ ଚାଷୀର ଦୁଃଖ ବୁଝି ସେମାନଙ୍କର ସମସ୍ୟାର ସମାଧାନ ତୁରନ୍ତ କରୁ। ଏହା ସହ ଚାଷୀମାନଙ୍କୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ଦେଇ ବୁରାରୀର ନିରଙ୍କରୀ ପଡିଆରେ ଶୃଙ୍ଖଳା ବଜାୟ ରଖିବା ଏବଂ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାକୁ ଦିଲ୍ଲୀ ପୁଲିସ କମିସନର କୃଷକମାନଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର