ନୂଆଦିଲ୍ଳୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନ ବିତାଉଥିବା ଲୋକଙ୍କ ପାଇଁ ଅନ୍ଲାଇନ୍ରୁ ଖାଦ୍ୟ ବରାଦ କରି ଖାଇବା ଏକ ନିତିଦିନିଆ ଅଭ୍ୟାସ । ସମୟ ଅଭାବରୁ ରୋଷେଇ ନକରି ପାରିଲେ ବି ଅନ୍ଲାଇନ୍ ଫୁଡ୍ ଡେଲିଭରିଂ ସଂସ୍ଥା ଥିଲେ ଆଉ ଚିନ୍ତା ବା କ’ଣ! ଏହି ସୁବିଧା ଦେଉଛନ୍ତି ଜୋମୋଟୋ ଓ ସ୍ବିଗି ଦେଶର ଦୁଇ ପ୍ରମୁଖ୍ୟ ଫୁଡ୍ ଡେଲିଭରିଂ ଆପ୍। ଏହି ଦୁଇ ସଂସ୍ଥା ଘରେ ଘରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାରେ ସମର୍ଥ ହୋଇଛନ୍ତି। ମାତ୍ର ଗତ କିଛି ଦିନ ଭିତରେ ଫୁଡ୍ ଡେଲିଭରିଂ ସଂସ୍ଥା ସବୁ ଯେଉଁଭଳି ଭାବେ ଡେଲିଭରି ଚାର୍ଜରେ ବୃଦ୍ଧି ଘଟାଇଛନ୍ତି ତାହା ଏବେ ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ଯଦିଓ ସ୍ବିଗି ଓ ଜୋମାଟୋ ଗତ ୬ ମାସ ଭିତରେ ନିଜର ଡେଲିଭରି ଫି ବଢ଼ାଇ ନାହାନ୍ତି। ମାତ୍ର ଅନ୍ୟାନ୍ୟ ଫି ସବୁ ବୃଦ୍ଧି ପାଇଥିବା କାରଣରୁ ଅନ୍ଲାଇନ୍ରୁ ଖାଦ୍ୟ ମଗାଇ ଖାଇବା ଏବେ ଆଉ ଗ୍ରାହକଙ୍କ ପାଇଁ ଏକ ଶସ୍ତା ଓ ସହଜ ଉପାୟ ହୋଇ ରହିନାହିଁ।
/sambad/media/post_attachments/wp-content/uploads/2020/01/download-1-13.jpg)
ଉଭୟ ଉଭୟଙ୍କ ସହ ପ୍ରତିଦ୍ବନ୍ଦିତା କରୁଥିବା ଫୁଡ୍ଡେଲିଭରି ଆପ୍ ଜୋମାଟୋ ଓ ସ୍ବିଗି ଡେଲିଭରି ଫି ପୂର୍ବାପେକ୍ଷା ଢେର୍ ଅଧିକା ନେଉଛନ୍ତି। ସେ ଏପରିକି ଖାଦ୍ୟ ବରାଦ ପରେ ତାହାକୁ ବାତିଲ୍ କରିବାର ପ୍ରକ୍ରିୟାକୁ ମଧ୍ୟ ଜଟିଳ କରି ଦେଇଛନ୍ତି।
ଜୋମାଟୋର ଗୋଲ୍ଡ ମେମ୍ବରସିପ୍ ଓ ସ୍ବିଗିର ସୁପର୍ ସବ୍ସ୍କ୍ରିପସନ୍ ଦରରେ ବି ବୃଦ୍ଧି ଘଟିଛି। ଏହି ଦୁଇ ଆପ୍ର ଦୀର୍ଘ ଦିନରୁ ଗ୍ରାହକ ରହି ଆସିଥିବା କିଛି ଟ୍ବିଟର୍ ବ୍ୟବହାରକାରୀ ଟ୍ବିଟ୍ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି।
ଉଲ୍ଳେଖଯୋଗ୍ୟ, ଅନ୍ୟ ଫୁଡ୍ ଡେଲିଭରିଂ ଆପ୍ ଉବେର୍ଇଟ୍ସ ଏବେ ଜୋମାଟୋ ସହ ମିଶି ଯାଇଛି। ଲୋକମାନେ ଏହାକୁ ନେଇ ବି ଅସନ୍ତୋଷ ପ୍ରକାଶ କରିଛନ୍ତି। ଉବେର୍ଇଟ୍ସ ଆପେକ୍ଷାକୃତ ଶସ୍ତାରେ ଖାଦ୍ୟ ପହଞ୍ଚାଉଥିବା ହେତୁ ଜାମୋଟୋ ସହ ମିଶି ଯିବା କାରଣରୁ ଗ୍ରାହକ ଟ୍ବିଟ୍ କରି ଅସନ୍ତୋଷ ପ୍ରକାଶ କରିଛନ୍ତି।