ମୋଦୀଙ୍କୁ ‘ଫାଦର ଅଫ୍‌ ଇଣ୍ଡିଆ’ କହିବାରୁ ଟ୍ରମ୍ପଙ୍କୁ ଅଶିକ୍ଷିତ କହି ସମାଲୋଚନା କଲେ ଓୟେସୀ

ନୂଆଦିଲ୍ଲୀ : ଆମେରିକାର ହଷ୍ଟନରେ ଆୟୋଜିତ ହୋଇଥିବା ହାଓଡ଼ି ମୋଦୀ କାର୍ଯ୍ୟକ୍ରମ ପରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମୋଦୀଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ଫାଦର ଅଫ୍‌ ଇଣ୍ଡିଆ ବୋଲି କହିଥିଲେ । ପରିବାରର ପିତା ଭଳି ସେ ଭାରତର ସବୁ ସମସ୍ୟାର ସମାଧାନ କରୁଛନ୍ତି । ଆତଙ୍କବାଦଠାରୁ ଆରମ୍ଭ କରି କଶ୍ମୀର ପ୍ରସଙ୍ଗ ଉପରେ ସେ ଯେଉଁ ସବୁ ପଦକ୍ଷେପ ନେଇଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ ଟ୍ରମ୍ପ ।

ତେବେ ଟ୍ରମ୍ପଙ୍କ ମୋଦୀଙ୍କୁ ଫାଦର ଅଫ୍‌ ଇଣ୍ଡିଆ ସମ୍ବୋଧନ କରିବାଟା ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଇ-ଇତ୍ତେହଦୁଲ ମୁସ୍‌ଲିମିନ୍‌ର ମୁଖ୍ୟ ଅସାଉଦ୍ଦିନ ଓୟେସୀଙ୍କୁ ପସନ୍ଦ ଆସି ନାହିଁ । ସେ ଟ୍ରମ୍ପଙ୍କୁ ଅଶିକ୍ଷିତ ବୋଲି କହିବା ସହ ଟ୍ରମ୍ପଙ୍କୁ ଭାରତୀୟ ଇତିହାସ ବିଷୟରେ ଜଣା ନାହିଁ ବୋଲି କହିଛନ୍ତି ।

Image result for asaduddin-owaisi and trump
Navbharat Times

ତାଙ୍କ କହିବା ଅନୁଯାୟୀ, ଭାରତର ସ୍ୱାଧୀତନା ସଂଗ୍ରାମ ବିଷୟରେ ଟ୍ରମ୍ପଙ୍କୁ କିଛି ବି ଜଣା ନାହିଁ । ମୋଦୀ କେବେ ହେଲେ ବି ଭାରତର ପିତା ହୋଇ ପାରିବେ ନାହିଁ । କାରଣ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର କୌଣସି ତୁଳନା ନାହିଁ । ଏମିତି କି ଜବାହାରଲାଲ୍‌ ନେହେରୁ ଓ ସର୍‌ଦାଲ ପଟେଲଙ୍କ ଭଳି ଦିଗ୍ଗଜଙ୍କୁ ମଧ୍ୟ ଏଭଳି ସମ୍ମାନ ଦିଆଯାଇ ନାହିଁ । ଟ୍ରମ୍ପ ଏବେ ଦୁଇ ଦେଶ ସହ ଖେଳ ଖେଳୁଛନ୍ତି । ସେ ଉଭୟ ମୋଦୀ ଓ ଇମ୍ରାନ୍‌ ଖାନ୍‌ଙ୍କୁ ପ୍ରଶଂସା କରୁଛନ୍ତି । ଆମକୁ ତାଙ୍କ ଖେଳ ବୁଝିବା ଦରକାର ।

ସମ୍ବନ୍ଧିତ ଖବର