ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ତାଙ୍କ ବାସଭବନ ଉପରେ ପୁନଶ୍ଚ ଆକ୍ରମଣ କରାଯାଇଥିବା କଥା ଆଜି ‘ଅଲ୍ ଇଣ୍ଡିଆ ମଜ୍ଲିସ୍-ଏ-ଇତ୍ତେହାଦୁଲ୍ ମୁସ୍ଲିମୀନ୍’ର (ଏଆଇଏମ୍ଆଇଏମ୍) ମୁଖ୍ୟ ଅସାଦୁଦ୍ଦୀନ୍ ଅୱେସୀ ଆଜି ଅଭିଯୋଗ କରିଛନ୍ତି।
ପାର୍ଲାମେଣ୍ଟ୍ ଷ୍ଟ୍ରିଟ୍ ଥାନାରେ ଦାଏର କରିଥିବା ଅଭିଯୋଗରେ ହାଇଦ୍ରାବାଦର ସାଂସଦ ତଥା ‘ଏଆଇଏମ୍ଆଇଏମ୍’ର ମୁଖ୍ୟ ଅୱେସୀ କହିଛନ୍ତି ଯେ, କେତେକ ଅଜ୍ଞାତ ଦୁର୍ବୃତ୍ତ ଅଶୋକ ରୋଡ୍ସ୍ଥିତ ତାଙ୍କ ବାସଭବନ ଉପରକୁ ଟେକାପଥର ଫିଙ୍ଗିବା ଫଳରେ ଝରକା ନଷ୍ଟ ହୋଇଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୪ ପରଠାରୁ ଏହା ହେଉଛି ତାଙ୍କ ବାସଭବନ ଉପରେ ଚତୁର୍ଥ ଆକ୍ରମଣ।
Image Courtesy of India TV Newsଆଜି ଟୁଇଟ୍ କରି ଘଟଣା ସଂକ୍ରାନ୍ତରେ ଅୱେସୀ ଲେଖିଛନ୍ତି: ପୁନଶ୍ଚ ମୋ ଦିଲ୍ଲୀ ବାସଭବନ ଉପରେ ଆକ୍ରମଣ କରାଯାଇଛି। ୨୦୧୪ ପରଠାରୁ ଏହା ହେଉଛି ୪ର୍ଥ ଘଟଣା। ମୁଁ ଜୟପୁରରୁ ଫେରିବା ପରେ ଗୃହ-ସହାୟକମାନେ ମତେ କହିଲେ କି, ଦଳେ ଦୁର୍ବୃତ୍ତ ଟେକାପଥର ଫିଙ୍ଗିବାରୁ ଝରକା ଭାଙ୍ଗିଯାଇଛି। ଦିଲ୍ଲୀ ପୁଲିସ ସେମାନଙ୍କୁ ତୁରନ୍ତ ଧରିବା ଉଚିତ।
ତଥା-କଥିତ ‘ହାଇ ସିକ୍ୟୁରିଟି’ ଜୋନ୍ରେ ଏଭଳି ଘଟଣା ଘଟିବା ଚିନ୍ତାର ବିଷୟ। ମୁଁ ଥାନାରେ ଅଭିଯୋଗ ଦାଏର କରିବା ପରେ ସେମାନେ ଆସି ମୋ ବାସଭବନରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ରବିବାର ଦିନ ‘ଏଆଇଏମ୍ଆଇଏମ୍’ ଅଧ୍ୟକ୍ଷ ଅୱେସୀ ନିର୍ବାଚନ ହେବାକୁ ଥିବା ରାଜସ୍ଥାନରେ ଥିଲେ। ସଙ୍ଗଠନ ସୁଦୃଢ଼ କରିବା ଲାଗି ତାଙ୍କ ଦଳର ନେତାମାନେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରୁଛନ୍ତି ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/owaisi.jpg)