ହାଇଦ୍ରାବାଦ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ୪ ବର୍ଷ ପୂରିବା ଅବସରରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଆକ୍ରମଣରେ ଭାରତର ୩ ଯବାନ ସହିଦ ହେବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି ।

Advertisment

ପାକିସ୍ତାନର ଆତଙ୍କବାଦୀମାନେ ଆମର ୩ ଜଣ ଯବାନଙ୍କୁ ହତ୍ୟା କରିଛନ୍ତି ଏବଂ ଆପଣ ସେମାନଙ୍କ (ପାକିସ୍ତାନ) ସହ ବିଶ୍ୱକପ୍ ମ୍ୟାଚ୍ ଖେଳିବେ। ଏହି ପ୍ରସଙ୍ଗରେ କାହିଁକି ହଙ୍ଗାମା ହେଉନାହିଁ, କାରଣ ନରେନ୍ଦ୍ର ମୋଦି (ପ୍ରଧାନମନ୍ତ୍ରୀ ମୋଦୀ) ଦେଶର ପ୍ରଧାନମନ୍ତ୍ରୀ, ବିଜେପି ସରକାର ଅଛି।

ଅଲ ଅସଦୁଦ୍ଦିନ ଓୱେସି ଏକ ଗଣମାଧ୍ୟମ ରିପୋର୍ଟକୁ ଉଦାହରଣ ଦେଇ କହିଛନ୍ତି ଯେ ଜାନୁଆରୀ ୨୦୨୧ରୁ ମେ ୨୦୨୩ ମଧ୍ୟରେ କଶ୍ମୀରରେ ୨୫୧ଟି ଆତଙ୍କବାଦୀ ଘଟଣା ଘଟିଛି। ବହୁ ସଂଖ୍ୟାରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି, ଏସବୁ କ'ଣ ଚାଲିଛି ?

ସୂଚନାଯୋଗ୍ୟ ଯେ, ଭାରତ ସରକାର ଅଗଷ୍ଟ ୫, ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ର ବ୍ୟବସ୍ଥାକୁ ଉଚ୍ଛେଦ କରି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳଜମ୍ମୁ-କଶ୍ମୀର ଓ ଲଦାଖରେ ବିଭକ୍ତ କରିଥିଲେ। ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଥିଲା ।