ଅସାମର ଜେଏମ୍‌ସିଏଚ୍‌ ହସ୍ପିଟାଲ୍‌ରେ ୬ ଦିନ ଭିତରେ ୧୫ ନବଜାତକଙ୍କ ମୃତ୍ୟୁ

ଗୌହ୍ଵାଟୀ: ଆସାମଠାରେ ଥିବା ଜୋର୍‌ହତ୍‌ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌(ଜେଏମ୍‌ସିଏଚ୍‌)ରେ ନଭେମ୍ବର ୧ରୁ ୬ ତାରିଖ ଭିତରେ ୧୫ ଜଣ ନବଜାତଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଘଟଣାର ତଦନ୍ତ କରିବା ପାଇଁ ଏକ ତଦନ୍ତକାରୀ ଦଳ ନିୟୋଜିତ କରାଯାଇଥିବା ଶୁକ୍ରବାର ସୂଚନା ରହିଛି।

ଏହି ଘଟଣାର ତଦନ୍ତ କରିବା ପାଇଁ ହସ୍ପିଟାଲ୍‌ ପକ୍ଷରୁ ମଧ୍ୟ ଏକ ଛିଅ ଜଣିକିଆ ଦଳ ଗଠନ କରାଯାଇଛି। ଜେଏମ୍‌ସିଏଚର ସୁପରିଟେଣ୍ଡେଣ୍ଟ୍‌ ସୌରଭ ବୋରକାକଟିଙ୍କ କହିବା ମୁତାବକ ୧ରୁ ୬ ତାରିଖ ଭିତରେ ମୃତ୍ୟୁ ବରଣ କରିଥିବା ନବଜାତକମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଦିଆଯାଇଥିବା ସତ୍ତ୍ୱେ ସେମାନଙ୍କୁ ବଞ୍ଚାଇ ହୋଇନାହିଁ।

ନବତାତକମାନଙ୍କ ମୃତ୍ୟୁର କାରଣ ହସ୍ପିଟାଲ୍‌ କିମ୍ବା ଡାକ୍ତରମାନଙ୍କ ଅବହେଳା ନୁହେଁ। ଏହି କିଛି ଦିନ ଭିତରେ ହସ୍ପିଟାଲ୍‌କୁ ବହୁ ସଂଖ୍ୟକ ଗର୍ଭବତୀ ମହିଳା ପ୍ରସବ ପାଇଁ ଆସିଥିଲେ। ଯେହେତୁ ରୋଗୀଙ୍କ ସଂଖ୍ୟା ବେଶି ତେଣୁ ମୃତ୍ୟୁ ସଂଖ୍ୟା ବି ବେଶି ଲାଗୁଛି। ପ୍ରସବ ସମୟରେ ନବଜାତକଙ୍କ ମୃତ୍ୟୁ ଘଟିବା ଏକ ନୂଆ ଘଟଣା ନୁହେଁ ବୋଲି ସୁପରିଟେଣ୍ଡେଣ୍ଟ୍‌ ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର