ଇସ୍ଲାମାବାଦ:  ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ସମ୍ଭାବ୍ୟ  କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନ ସେନା ଆତଙ୍କିତ ହୋଇପଡ଼ିଛି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ନିଜ ପରିବାରକୁ ବିଦେଶ ପଠାଇ ଦେଇଛନ୍ତି।  ସୁତ୍ରକୁ ଉଦ୍ଧାର କରି ଏବିପି ନ୍ୟୁଜର ଏକ ରିପୋର୍ଟ ଅନୁସାରେ, ପାକିସ୍ତାନ ସେନାର ଅନେକ ଅଧିକାରୀ ନିଜ ପରିବାରକୁ ଘରୋଇ ବିମାନ ଯୋଗେ ବ୍ରିଟେନ ଏବଂ ନ୍ୟୁ ଜର୍ସି ପଠାଇଛନ୍ତି।

Advertisment

ପହଲଗାମ ଆକ୍ରମଣ ପରେ ଭାରତ ସରକାରଙ୍କ ବୟାନକୁ ନେଇ ପାକିସ୍ତାନ ସେନା ଓ ଆଇଏସଆଇ ଭୟଭୀତ ହୋଇପଡ଼ିଛି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କେବଳ ଏହି ଆକ୍ରମଣର ଦୋଷୀ ମାନଙ୍କୁ ନୁହେଁ ସେମାନଙ୍କ ପ୍ରାୟୋଜକମାନଙ୍କୁ କଠୋର ଦଣ୍ଡ ଦିଆଯିବ । ଏହା ଜଣାଶୁଣା ଯେ ଆତଙ୍କବାଦର ପ୍ରାୟୋଜକ ଓ ପ୍ରେତ୍ସାହକ ହେଉଛି ପାକ୍ ସେନା ଓ ଆଇଏସଆଇ । ଏଣୁ ଭାରତର ଚରମବାଣୀ ପାକିସ୍ତାନୀ ସେନାଧିକାରୀମାନଙ୍କୁ ଚିନ୍ତାରେ ପକାଇଦେଇଛି ।

ସୂଚନାଯୋଗ୍ୟ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସମଗ୍ର ଦେଶ ଆତଙ୍କବାଦର ଆଶ୍ରୟସ୍ଥଳ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛି। ଭାରତର ସମସ୍ତ ରାଜନୈତିକ ଦଳ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ଅଛନ୍ତି। ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, କେନ୍ଦ୍ର ସରକାର ପଡ଼ୋଶୀ ଦେଶ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଲେ। ଅଟାରୀ ସୀମାରୁ ଗତି ବନ୍ଦ କରିଦିଆଯାଇଛି। ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରାଯାଇଛି ଏବଂ ସେମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ କୁହାଯାଇଛି।