କାନ୍ଥ ଭାଙ୍ଗୁଭାଙ୍ଗୁ ଗଦା ହୋଇଗଲା ଟଙ୍କା, ମାଲିକଙ୍କ ବିରୋଧରେ ଅଭିଯୋଗ ନେଇ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଶ୍ରମିକ

ନୂଆଦିଲ୍ଲୀ: ଆମେରିକାରେ ଜଣେ ଶ୍ରମିକ ଏକ ପୁରୁଣା ଘର କାନ୍ଥ ଭାଙ୍ଗୁଥିବା ବେଳେ ତାଙ୍କ ଉପରେ ପୁଳାପୁଳା ଟଙ୍କ‌ା ଗଦା ହୋଇଯାଇଥିବାର ଏକ ଘଟଣା ଘଟିଥିଲା।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଘଟଣାଟି ପୁରୁଣା ବୋଲି କୁହାଯାଉଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଘର ମାଲିକ ତାଙ୍କ ପୁରୁଣା ଘର ଭାଙ୍ଗି ନୂଆଘର ତିଆରି କରିବାକୁ ଚାହଁଥିଲେ। ଏଥିପାଇଁ ସେ କିଛି ଶ୍ରମିକଙ୍କୁ କାମରେ ଲଗାଇଥିଲେ।  ଯେଉଁଦିନ ଘର କାନ୍ଥ ଭଙ୍ଗା ଯାଉଥିଲା ସେଦିନ ବେଶୀ କାମ ନଥିବାରୁ ଜଣେ ଶ୍ରମିକ କାମକୁ ଆସି କାମ ଆରମ୍ଭ କରି କାନ୍ଥ ଭାଙ୍ଗିଥିଲେ। କାନ୍ଥ ଭାଙ୍ଗୁଭାଙ୍ଗୁ ତାଙ୍କ ଉପରେ ହଠାତ ପୁଳାପୁଳା ନୋଟ ଗଦା ହୋଇପଡ଼ିଥିଲା।

ଏକ ରିପୋର୍ଟ ଅନୁଯାୟୀ, ସେହି କାନ୍ଥରୁ ବାହାରିଥିବା ଟଙ୍କାର ଭାରତୀୟ ମୂଲ୍ୟ ଦେଢ଼କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ସମସ୍ତ ଟଙ୍କା ସେହି ଘରର ମାଲିକଙ୍କ ପାଖରେ ଜମା କରାଯାଇଥିଲା। ତେବେ ଏ ଟଙ୍କାରୁ କିଛି ପ୍ରତିଶତ ନେବାକୁ ଶ୍ରମିକ ଦାବି କରିଥିଲେ । କିନ୍ତୁ ଘରର ମାଲିକ ଶ୍ରମିକଙ୍କୁ କୌଣସି ଟଙ୍କା ଦେଇ ନଥିଲେ।

ସମ୍ପ୍ରତି ଶ୍ରମିକ ଏହି ଘଟଣାକୁ ନେଇ କୋର୍ଟକୁ ଯାଇଛନ୍ତି। କୋର୍ଟରେ ନିଜର ଯୁକ୍ତି ଦର୍ଶାଇ ସେ କହିଛନ୍ତି, ଏହି ଟଙ୍କା ଉପରେ ମୋର ବି ଅଧିକାର ଅଛି। କାରଣ କାନ୍ଥରେ ଟଙ୍କା ଥିବା କଥା କେହି ଜାଣି ନଥିଲେ। ମୁଁ ଭାଙ୍ଗିବାରୁ ସେଥିରୁ ଟଙ୍କା ବାହାରିଥିଲା। ସେହି ସମୟରେ ଘଟଣାସ୍ଥଳରେ କେହି ନଥିଲେ। ଚାହିଁଥିଲେ ମୁଁ ସେହି ଟଙ୍କା ଲୁଚାଇ କାହାକୁ କିଛି ନକହି ଚୁପ ରହି ଯାଇଥାଆନ୍ତି। କିନ୍ତୁ ମୁଁ ସେମିତି ନକରି ସମସ୍ତ ଟଙ୍କାକୁ ମାଲିକଙ୍କୁ ହସ୍ତାନ୍ତର କରି ଦେଇଥିଲି। ଏବେ ସେ ସେଥିରୁ ମୋତେ ଟଙ୍କାଟିଏ ବି ଦେବାକୁ ରାଜି ନୁହନ୍ତି। ମୁଁ ଗରିବ ହୋଇଥିବାରୁ ‌ସେଥିରୁ କିଛି ପ୍ରତିଶତ ଦାବି କରୁଛି।’

ସମ୍ବନ୍ଧିତ ଖବର