ଆହୁରି ବିଗିଡ଼ିଲା ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା, ହସପିଟାଲରେ ପହଞ୍ଚିଲେ ଆଶା ଭୋସଲେ

ମୁମ୍ବାଇ : ସଂଗୀତ ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସପିଟାଲରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି  । କିଛି ସମୟ ପୂର୍ବରୁ ପ୍ରସିଦ୍ଧ ଗାୟିକା ତଥା ଲତାଙ୍କ ସାନ ଭଉଣୀ ଆଶା ଭୋସଲେ ହସପିଟାଲରେ ପହଞ୍ଚି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ । ଲତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସେ ସାମ୍ବାଦିକମାନଙ୍କୁ କହିଛନ୍ତି ।

ଆଶା ଭୋସଲେଙ୍କ ବ୍ୟତୀତ ନିର୍ଦ୍ଦେଶକ ମଧୁର ଭଣ୍ଡାରକର, ସାଂସଦ ସୁପ୍ରିୟା ସୁଲେ, ରଶ୍ମି ଠାକରେ ପ୍ରଭୃତି ହସପିଟାଲ ଯାଇ ଲତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଆଜି ମଧ୍ୟ ଏମଏନଏସ ମୁଖ୍ୟ ରାଜ ଠାକରେ ମଧ୍ୟ ବ୍ରିଚ କାଣ୍ଡି ହସପିଟାଲ ଯାଇଥିଲେ ।

ଆଜି ଡାକ୍ତରମାନେ କହିଥିଲେ ଯେ ଲତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ପୁଣି ଅବନତି ଦେଖାଦେଇଛି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ବିଗତ କିଛି ଦିନ ହେଲା ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ହୋଇଚାଲିଛି । ଏଥିପାଇଁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଟିକିଏ ସୁଧାର ଆସିବାରୁ ତାଙ୍କୁ ଘରକୁ ନିଆଯାଇଥିଲା ।

ସମ୍ବନ୍ଧିତ ଖବର